ଇଡିର ଅଷ୍ଟମ ସମନ ବି ଏଡ଼ାଇ ଦେଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: ୮ମ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ୍ ଅଣଦେଖାନ କରିଛନ୍ତି। ଅବକାରୀ ଦୁର୍ନୀତି ମାମଲାରେ ଇଡି କେଜ୍ରିୱାଲଙ୍କୁ ବାରମ୍ବାର ସମନ କରୁଥିଲେ ସୁଦ୍ଧା କେଜ୍ରିୱାଲ ଇଡିରେ ହାଜର ନହୋଇ ଇଡି ସମନକୁ ଏଡ଼ାଉଛନ୍ତି। ତେବେ କେଜ୍ରିୱଲ କହିଛନ୍ତି ଯେ ଯଦି ନିର୍ଦ୍ଦେଶାଳୟ ମାର୍ଚ୍ଚ ୧୨ ପରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ପଚରାଉଚରା କରିବ ତେବେ ସେ ସହଯୋଗ କରିବାକୁ ପ୍ରସ୍ତୁତ। କେଜ୍ରିୱାଲ୍ ୮ମ ସମନକୁ ଏଡ଼ାଇବା ସହ ପ୍ରଥମ ଥର […]

Samaya Live Picture
Published On

ନୂଆଦିଲ୍ଲୀ: ୮ମ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ୍ ଅଣଦେଖାନ କରିଛନ୍ତି। ଅବକାରୀ ଦୁର୍ନୀତି ମାମଲାରେ ଇଡି କେଜ୍ରିୱାଲଙ୍କୁ ବାରମ୍ବାର ସମନ କରୁଥିଲେ ସୁଦ୍ଧା କେଜ୍ରିୱାଲ ଇଡିରେ ହାଜର ନହୋଇ ଇଡି ସମନକୁ ଏଡ଼ାଉଛନ୍ତି। ତେବେ କେଜ୍ରିୱଲ କହିଛନ୍ତି ଯେ ଯଦି ନିର୍ଦ୍ଦେଶାଳୟ ମାର୍ଚ୍ଚ ୧୨ ପରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ପଚରାଉଚରା କରିବ ତେବେ ସେ ସହଯୋଗ କରିବାକୁ ପ୍ରସ୍ତୁତ। କେଜ୍ରିୱାଲ୍ ୮ମ ସମନକୁ ଏଡ଼ାଇବା ସହ ପ୍ରଥମ ଥର ପାଇଁ ପଚରାଉଚରାରେ ସହଯୋଗ କରିବେ ବୋଲି କହିଛନ୍ତି। ଆପ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଉଦ୍ଦେଶ୍ୟ ତଦନ୍ତ ନୁହେଁ। ବିଜେପି ସମ୍ପୂର୍ଣ୍ଣ ଭାବେ ଉନ୍ମୋଚିତ ହୋଇଯାଇଛି। ଯେତେବେଳେ ମୁଖ୍ୟମନ୍ତ୍ରୀ ଉତ୍ତର ଦେବାକୁ ପ୍ରସ୍ତୁତ ନିର୍ଦ୍ଦେଶାଳୟ କାହିଁକି ପ୍ରଶ୍ନ କରୁନାହିଁ। କାରଣ କେଜ୍ରିୱାଲ୍ଙ୍କୁ ଗିରଫ କରିବା ଲକ୍ଷ୍ୟ ରହିଛି। ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ପଚରାଉଚରା କରାଯାଉ।

Tags: