ଇଡିରେ ହାଜର ହେଲେ ତେଜସ୍ବୀ ଯାଦବ

ପାଟନା : ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଆଜି ଜେରା ପାଇଁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ହାଜର ହୋଇଛନ୍ତି। ଆରଜେଡି ନେତା ତେଜସ୍ବୀ ଆଜି ସକାଳ ପ୍ରାୟ ୧୦.୫୩ ସମୟରେ ନୂଆଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ। ତାଙ୍କୁ ଜେରା ଜାରି ରହିଛି। ଚଳିତ ମାସ ଆରମ୍ଭରେ ତେଜସ୍ବୀଙ୍କୁ ଜେରା କରିବାପାଇଁ ଇଡି ସମନ୍ କରିବାପରେ ସେ ଇଡିରେ ହାଜର ହୋଇଛନ୍ତି। ପୂର୍ବରୁ ତାଙ୍କ ଭଉଣୀ ମୀସା ଭାରତୀଙ୍କୁ ଇଡି […]

Samaya Live Picture
Published On

ପାଟନା : ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଆଜି ଜେରା ପାଇଁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ହାଜର ହୋଇଛନ୍ତି। ଆରଜେଡି ନେତା ତେଜସ୍ବୀ ଆଜି ସକାଳ ପ୍ରାୟ ୧୦.୫୩ ସମୟରେ ନୂଆଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ। ତାଙ୍କୁ ଜେରା ଜାରି ରହିଛି। ଚଳିତ ମାସ ଆରମ୍ଭରେ ତେଜସ୍ବୀଙ୍କୁ ଜେରା କରିବାପାଇଁ ଇଡି ସମନ୍ କରିବାପରେ ସେ ଇଡିରେ ହାଜର ହୋଇଛନ୍ତି। ପୂର୍ବରୁ ତାଙ୍କ ଭଉଣୀ ମୀସା ଭାରତୀଙ୍କୁ ଇଡି ଏହି ମାମଲାରେ ଜେରା କରିଥିଲା।

Tags: