ଇଡିରେ ହାଜର ହେଲେନି ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଇଡି( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ହାଜର ହୋଇନାହାନ୍ତି। ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଆଜି ଇଡି ସମନ୍ କରିଥିଲା। କିନ୍ତୁ କେଜ୍ରିୱାଲ ଇଡି ସମନ୍କୁ ଏଡ଼ାଇ ଯାଇଛନ୍ତି। ଇଡିକୁ ଚିଠି ଲେଖି କେଜ୍ରିୱାଲ କହିଛନ୍ତି, ତାଙ୍କୁ କରାଯାଇଥିବା ସମନ୍ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ବିଜେପି ଅନୁରୋଧରେ ଏହି ସମନ୍ ପଠାଯାଇଥିବା କେଜ୍ରିୱାଲ ଅଭିଯୋଗ କରିଛନ୍ତି। ଆପ୍ ମୁଖ୍ୟ କହିଛନ୍ତି,୪ ରାଜ୍ୟରେ ତାଙ୍କୁ ନିର୍ବାଚନ ପ୍ରଚାରରୁ ଅଟକାଇବାପାଇଁ ଇଡି […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଇଡି( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ହାଜର ହୋଇନାହାନ୍ତି। ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଆଜି ଇଡି ସମନ୍ କରିଥିଲା। କିନ୍ତୁ କେଜ୍ରିୱାଲ ଇଡି ସମନ୍କୁ ଏଡ଼ାଇ ଯାଇଛନ୍ତି। ଇଡିକୁ ଚିଠି ଲେଖି କେଜ୍ରିୱାଲ କହିଛନ୍ତି, ତାଙ୍କୁ କରାଯାଇଥିବା ସମନ୍ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ବିଜେପି ଅନୁରୋଧରେ ଏହି ସମନ୍ ପଠାଯାଇଥିବା କେଜ୍ରିୱାଲ ଅଭିଯୋଗ କରିଛନ୍ତି। ଆପ୍ ମୁଖ୍ୟ କହିଛନ୍ତି,୪ ରାଜ୍ୟରେ ତାଙ୍କୁ ନିର୍ବାଚନ ପ୍ରଚାରରୁ ଅଟକାଇବାପାଇଁ ଇଡି ତାଙ୍କୁ ସମନ୍ କରିଛି। ମିଳିଥିବା ସୂଚନାନୁଯାୟୀ ଇଡି କେଜ୍ରିୱାଲଙ୍କ ଚିଠିକୁ ଭଲଭାବେ ଅନୁଧ୍ୟାନ କରିବାପରେ ତାଙ୍କ ପାଖକୁ ପୁଣିଥରେ ସମନ୍ ପଠାଇବ। ଇଡିର ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ ସଦ୍ୟ ସମନ୍ ପଠାଇବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଉଲ୍ଲେଖଯୋଗ୍ୟ ଯେ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବରୁ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପ୍ ରାଜ୍ୟସଭା ସାଂସଦ ସଂଜୟ ସିଂହ ଗିରଫ ହୋଇଛନ୍ତି।

Tags: