ଇଜିପ୍ଟର ରାଫା ସୀମା ଦେଇ ଗାଜା ପହଞ୍ଚିଲା ମାନବୀୟ ସହାୟତା

ନୂଆଦିଲ୍ଲୀ: ଇଜିପ୍ଟର ରାଫା ସୀମାରୁ ଟ୍ରକ୍ ବୋଝେଇ ମାନବୀୟ ସହାୟତା ଯୁଦ୍ଧ ପ୍ରବଣ ଗାଜାରେ ପ୍ରବେଶ କରିଛି। ଗାଜାକୁ ରାଫା ହେଉଛି ଏକମାତ୍ର ସୀମା ଯାହା ଇସ୍ରାଏଲ ନିୟନ୍ତ୍ରଣରେ ନାହିଁ। ଆମେରିକାର ଅନୁରୋଧ କ୍ରମେ ଇଜିପ୍ଟ ଗାଜାକୁ ରାଫା ସୀମା ଖୋଲିବାକୁ ରାଜି ହୋଇଛି। ଆଜି ୨୦ଟି ଟ୍ରକ୍ ରାଫା ସୀମା ଦେଇ ଗାଜା ପ୍ରବେଶ କରିଥିବା ଜଣାପଡ଼ିଛି। ୨ଟି ଆମ୍ବୁଲାନ୍ସ, ଜାତିସଂଘର ୨ଟି ଗାଡ଼ି ଏବଂ ୨ଟି ରେଡ୍ କ୍ରସ୍ ଗାଡ଼ି ମଧ୍ୟ ରାଫା ସୀମା […]

Samaya Live Picture
Published On

ନୂଆଦିଲ୍ଲୀ: ଇଜିପ୍ଟର ରାଫା ସୀମାରୁ ଟ୍ରକ୍ ବୋଝେଇ ମାନବୀୟ ସହାୟତା ଯୁଦ୍ଧ ପ୍ରବଣ ଗାଜାରେ ପ୍ରବେଶ କରିଛି। ଗାଜାକୁ ରାଫା ହେଉଛି ଏକମାତ୍ର ସୀମା ଯାହା ଇସ୍ରାଏଲ ନିୟନ୍ତ୍ରଣରେ ନାହିଁ। ଆମେରିକାର ଅନୁରୋଧ କ୍ରମେ ଇଜିପ୍ଟ ଗାଜାକୁ ରାଫା ସୀମା ଖୋଲିବାକୁ ରାଜି ହୋଇଛି। ଆଜି ୨୦ଟି ଟ୍ରକ୍ ରାଫା ସୀମା ଦେଇ ଗାଜା ପ୍ରବେଶ କରିଥିବା ଜଣାପଡ଼ିଛି। ୨ଟି ଆମ୍ବୁଲାନ୍ସ, ଜାତିସଂଘର ୨ଟି ଗାଡ଼ି ଏବଂ ୨ଟି ରେଡ୍ କ୍ରସ୍ ଗାଡ଼ି ମଧ୍ୟ ରାଫା ସୀମା ଦେଇ ଗାଜା ଯାଇଛି। ଜାତିସଂଘ ସାଧାରଣ ସଚିବ ଆଣ୍ଟୋନିଓ ଗୁଟେରସ ଶୁକ୍ରବାର ଦିନ ମାନବୀୟ ସହାୟତା ପଠାଇବା ନେଇ ଚାଲିଥିବା ପ୍ରସ୍ତୁତି ଦେଖିବାପାଇଁ ରାଫା ସୀମାରେ ପହଞ୍ଚିଥିଲେ। ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୭ ତାରିଖରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରଠାରୁ ଇସ୍ରାଏଲ ଗାଜାକୁ ମାନବୀୟ ସହାୟତା ବନ୍ଦ ରଖିଥିଲା।

Tags: