ଇଜିପ୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ବାଗତ

କାଇରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଇଜିପ୍ଟ ଗସ୍ତରେ ଯାଇଛନ୍ତି। କାଇରୋରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ମୋସ୍ତାଫା ମାଦବୌଲି ମୋଦୀଙ୍କୁ ସ୍ବାଗତ କରି ପାଛୋଟି ନେଇଥିଲେ। ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଇଜିପ୍ଟ ଗସ୍ତ ଏବଂ ଏହା ୨୬ ବର୍ଷ ଭିତରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ବିପାକ୍ଷିକ ଗସ୍ତ। ରବିବାର ମୋଦୀ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତାହ ଏଲ୍‌-ସିସିଙ୍କୁ ସାକ୍ଷାତ୍ କରିବେ।ଏଲ୍‌-ସିସିଙ୍କ ସହ ମୋଦୀ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ଦ୍ବିପାକ୍ଷିକ ଆଲୋଚନା ଛଡ଼ା […]

Samaya Live Picture
Published On

କାଇରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଇଜିପ୍ଟ ଗସ୍ତରେ ଯାଇଛନ୍ତି। କାଇରୋରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ମୋସ୍ତାଫା ମାଦବୌଲି ମୋଦୀଙ୍କୁ ସ୍ବାଗତ କରି ପାଛୋଟି ନେଇଥିଲେ। ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଇଜିପ୍ଟ ଗସ୍ତ ଏବଂ ଏହା ୨୬ ବର୍ଷ ଭିତରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ବିପାକ୍ଷିକ ଗସ୍ତ। ରବିବାର ମୋଦୀ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତାହ ଏଲ୍‌-ସିସିଙ୍କୁ ସାକ୍ଷାତ୍ କରିବେ।ଏଲ୍‌-ସିସିଙ୍କ ସହ ମୋଦୀ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ଦ୍ବିପାକ୍ଷିକ ଆଲୋଚନା ଛଡ଼ା ମୋଦୀ ଇଜିପ୍ଟର ବରିଷ୍ଠ ଅଧିକାରୀ ଓ ପ୍ରମୁଖ ବ୍ୟକ୍ତିତ୍ବଙ୍କ ସହ ମଧ୍ୟ ଆଲୋଚନା କରିବେ। ଇଜିପ୍ଟ ସହ ଭାରତର ସମ୍ପର୍କ ବହୁ ପୁରାତନ। ପ୍ରାଚୀନ ଯୁଗରେ ଏହି ଦେଶ ସହ ଭାରତର ସାଂସ୍କୃତିକ, ବାଣିଜ୍ୟିକ ଓ ଅର୍ଥନୈତିକ ସମ୍ପର୍କ ଥିଲା। ଦୁଇ ଦେଶର ଜନସାଧାରଣଙ୍କ ଭିତରେ ବି ବହୁ ପ୍ରାଚୀନ ଯୁଗରୁ ସମ୍ପର୍କ ରହିଆସିଛି।
ଗତ ଜାନୁଆରି ମାସରେ ରାଷ୍ଟ୍ରପତି ଏଲ୍‌-ସିସିଙ୍କ ଭାରତ ଗସ୍ତ ଅବସରରେ ଦୁଇ ଦେଶର ରଣନୈତିକ ସମ୍ପର୍କ ବୃଦ୍ଧି ନେଇ ସହମତି ପ୍ରକାଶ ପାଇଥିଲା। ରାଷ୍ଟ୍ରୀୟ ଅତିଥି ଭାବେ ଏଲ୍‌-ସିସି ଭାରତର ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେଇଥିଲେ। ସେତେବେଳେ ଦୁଇ ଦେଶ ମଧ୍ୟରେ ୨୦୨୧-୨୨ରେ ଥିବା ୭୩୦ କୋଟିରୁ ୧୨୦୦ କୋଟି ଡଲାର ପର୍ଯ୍ୟନ୍ତ ବାଣିଜ୍ୟ କାରବାର ବୃଦ୍ଧି ପାଇଁ ସହମତି ପ୍ରକାଶ ପାଇଥିଲା।

Tags: