ଆୟର୍ଲାଣ୍ଡରେ ୬ ବର୍ଷୀୟା ଭାରତୀୟ ଶିଶୁକୁ ନିର୍ମମ ଅତ୍ୟାଚାର
ନୂଆଦିଲ୍ଲୀ: ଜଣେ ୬ ବର୍ଷୀୟା ଭାରତୀୟ ଶିଶୁଙ୍କୁ ଆୟରଲାଣ୍ଡ୍ର ୱାଟରଫର୍ଡ ସ୍ଥିତ ତାଙ୍କ ବାସଭବନ ବାହାରେ କିଛି ବାଳକ ନିର୍ମମ ମାଡ଼ ମାରିଛନ୍ତି ଏବଂ ଅତ୍ୟାଚାର କରିଛନ୍ତି। ଅଗଷ୍ଟ ୪ ତାରିଖ ସନ୍ଧ୍ୟାରେ ଏହି ଘଟଣା ଘଟିଛି। ପୀଡ଼ିତା ଶିଶୁଙ୍କ ମା’ଙ୍କ କହିବା ଅନୁଯାୟୀ ତାଙ୍କ ଝିଅ ସାଙ୍ଗମାନଙ୍କ ସହ ଘର ବାହାରେ ଖେଳୁଥିଲେ। ହଠାତ୍ କିଛି ପିଲା ଆସି ତାଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ ଏବଂ ଏପରିକି ତାଙ୍କ ଗୁପ୍ତାଙ୍ଗରେ ଆଘାତ ଦେଇଥିଲେ। ସେମାନେ […]
ନୂଆଦିଲ୍ଲୀ: ଜଣେ ୬ ବର୍ଷୀୟା ଭାରତୀୟ ଶିଶୁଙ୍କୁ ଆୟରଲାଣ୍ଡ୍ର ୱାଟରଫର୍ଡ ସ୍ଥିତ ତାଙ୍କ ବାସଭବନ ବାହାରେ କିଛି ବାଳକ ନିର୍ମମ ମାଡ଼ ମାରିଛନ୍ତି ଏବଂ ଅତ୍ୟାଚାର କରିଛନ୍ତି। ଅଗଷ୍ଟ ୪ ତାରିଖ ସନ୍ଧ୍ୟାରେ ଏହି ଘଟଣା ଘଟିଛି। ପୀଡ଼ିତା ଶିଶୁଙ୍କ ମା’ଙ୍କ କହିବା ଅନୁଯାୟୀ ତାଙ୍କ ଝିଅ ସାଙ୍ଗମାନଙ୍କ ସହ ଘର ବାହାରେ ଖେଳୁଥିଲେ। ହଠାତ୍ କିଛି ପିଲା ଆସି ତାଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ ଏବଂ ଏପରିକି ତାଙ୍କ ଗୁପ୍ତାଙ୍ଗରେ ଆଘାତ ଦେଇଥିଲେ। ସେମାନେ ମଧ୍ୟ ‘ ଗୋ ବ୍ୟାକ୍ ଟୁ ଇଣ୍ଡିଆ’ କହିଥିଲେ। ଏହି ଘଟଣା ଆୟର୍ଲାଣ୍ଡରେ ପ୍ରଥମ ଜାତିଆଣ ଆକ୍ରମଣ ଘଟଣା। ଆକ୍ରମଣର ଶିକାର ହୋଇଥିବା ଶିଶୁଙ୍କ ମା’ ତାଙ୍କ ୧୦ ମାସର ଶିଶୁକୁ ସ୍ତନ୍ୟପାନ କରାଇବାପାଇଁ ଘର ଭିତରକୁ ଯିବା ପରେ ଏହି ଘଟଣା ଘଟିଥିଲା। ପୀଡ଼ିତା ଶିଶୁଙ୍କ ମା’ ଏନେଇ ପୁଲିସରେ ଅଭିଯୋଗ କରିଛନ୍ତି।




