ଆହ୍ଲାବାଦ ହାଇକୋର୍ଟଙ୍କ ଉତ୍ତରପ୍ରଦେଶ ମଦ୍ରାସା ଆଇନ ଅସାମ୍ବିଧାନିକ ରାୟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମଦ୍ରାସା ଆଇନକୁ ନିକଟରେ ଅସାମ୍ବିଧାନିକ ଘୋଷଣା କରିଥିବା ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇ ଦେଇଛନ୍ତି। ହାଇକୋର୍ଟ ମଦ୍ରାସା ଆଇନ ଅସାମ୍ବିଧାନିକ କହିବା ସହ ମଦ୍ରାସାର ୧୭ ଲକ୍ଷ ଛାତ୍ର ଏବଂ ୧୦ ହଜାର ଶିକ୍ଷକଙ୍କୁ ରାଜ୍ୟ ଶିକ୍ଷା ପଦ୍ଧତିରେ ସାମିଲ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇବା ସହ ଏଥିରେ ମଧ୍ୟ ରୋକ୍ ଲଗାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶ ବୋର୍ଡ […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମଦ୍ରାସା ଆଇନକୁ ନିକଟରେ ଅସାମ୍ବିଧାନିକ ଘୋଷଣା କରିଥିବା ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇ ଦେଇଛନ୍ତି। ହାଇକୋର୍ଟ ମଦ୍ରାସା ଆଇନ ଅସାମ୍ବିଧାନିକ କହିବା ସହ ମଦ୍ରାସାର ୧୭ ଲକ୍ଷ ଛାତ୍ର ଏବଂ ୧୦ ହଜାର ଶିକ୍ଷକଙ୍କୁ ରାଜ୍ୟ ଶିକ୍ଷା ପଦ୍ଧତିରେ ସାମିଲ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇବା ସହ ଏଥିରେ ମଧ୍ୟ ରୋକ୍ ଲଗାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶ ବୋର୍ଡ ମଦ୍ରାସା ଶିକ୍ଷା ଆଇନ, ୨୦୦୪ ଧର୍ମନିରପେକ୍ଷତା ନୀତିକୁ ଉଲ୍ଲଂଘନ କରୁଛି ବୋଲି ଗତମାସରେ ଆହ୍ଲାବାଦ ହାଇକୋର୍ଟ ଘୋଷଣା କରିଥିଲେ। ମଦ୍ରାସା ଛାତ୍ରମାନଙ୍କୁ ରାଜ୍ୟ ସ୍କୁଲ ପଦ୍ଧତିରେ ସାମିଲ କରିବାପାଇଁ ହାଇକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କେନ୍ଦ୍ର ସରକାର ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ହାଇକୋର୍ଟଙ୍କ ରାୟ ୧୭ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି।

Tags: