ଆହ୍ଲାବାଦ ପରେ ଆଲିଗଡ଼ ହେବ ହରିଗଡ଼

ନୂଆଦିଲ୍ଲୀ : ଆହ୍ଲାବାଦ ପରେ ଉତ୍ତରପ୍ରଦେଶର ଅନ୍ୟ ଏକ ପ୍ରମୁଖ ସହରର ନାମ ପରିବର୍ତ୍ତନ ହେବ। ଆଲିଗଡ଼ ସହରର ନାମ ପରିବର୍ତ୍ତନ କରି ହରିଗଡ଼ ରଖିବାପାଇଁ ଆଲିଗଡ଼ ପୌର ନିଗମ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଗୃହୀତ କରିଛନ୍ତି। ଏସଂକ୍ରାନ୍ତଏକ ପ୍ରସ୍ତାବ ମେୟର ପ୍ରଶାନ୍ତ ସିଂଘଲ ଗତକାଲି ବୈଠକରେ ଉପସ୍ଥାପନ କରିଥିଲେ ଏବଂ ସମସ୍ତ କାଉନସିଲର ଏହାକୁ ସମର୍ଥନ କରିଛନ୍ତି। ଉତ୍ତରପ୍ରଦେଶ ସରକାର। ଯଦି ଆଲିଗଡ଼ର ନାମ ପରିବର୍ତ୍ତନକୁ ସବୁଜ ସଙ୍କେତ ଦିଅନ୍ତି ତେବେ ଆଲିଗଡ଼ ହରିଗଡ଼ […]

Samaya Live Picture
Published On

ନୂଆଦିଲ୍ଲୀ : ଆହ୍ଲାବାଦ ପରେ ଉତ୍ତରପ୍ରଦେଶର ଅନ୍ୟ ଏକ ପ୍ରମୁଖ ସହରର ନାମ ପରିବର୍ତ୍ତନ ହେବ। ଆଲିଗଡ଼ ସହରର ନାମ ପରିବର୍ତ୍ତନ କରି ହରିଗଡ଼ ରଖିବାପାଇଁ ଆଲିଗଡ଼ ପୌର ନିଗମ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଗୃହୀତ କରିଛନ୍ତି। ଏସଂକ୍ରାନ୍ତଏକ ପ୍ରସ୍ତାବ ମେୟର ପ୍ରଶାନ୍ତ ସିଂଘଲ ଗତକାଲି ବୈଠକରେ ଉପସ୍ଥାପନ କରିଥିଲେ ଏବଂ ସମସ୍ତ କାଉନସିଲର ଏହାକୁ ସମର୍ଥନ କରିଛନ୍ତି। ଉତ୍ତରପ୍ରଦେଶ ସରକାର। ଯଦି ଆଲିଗଡ଼ର ନାମ ପରିବର୍ତ୍ତନକୁ ସବୁଜ ସଙ୍କେତ ଦିଅନ୍ତି ତେବେ ଆଲିଗଡ଼ ହରିଗଡ଼ ହେବ। ଏହା ପୂର୍ବରୁ ଉତ୍ତରପ୍ରଦେଶ ସରକାର ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ, ମୁଗଲ ସରାଇର ନାମ ପ୍ରରିବର୍ତ୍ତନ କରି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗର, ଫୈଜାବାଦର ନାମ ବଦଳାଇ ଅଯୋଧ୍ୟା ରଖିଥିଲେ। ୧୭୪୦ରେ ମୋଗଲ କମାଣ୍ଡର ମିର୍ଜା ନଜାଫ୍ ‘କୋଲ’ ସହରର ନାମ ବଦଳାଇ ଆଲିଗଡ଼ ରଖିଥିଲେ।

Tags: