ଆସ୍ଥା ଭୋଟ ପୂର୍ବରୁ ମୋଦୀଙ୍କୁ ଭେଟିଲେ ନୀତୀଶ

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି। ଏନଡିଏ ମେଣ୍ଟରେ ଯୋଗ ଦେବାପରେ ଏବଂ ବିଜେପି ସହ ମିଶି ବିହାରରେ ସରକାର ଗଠନ କରିବାପରେ ନୀତୀଶଙ୍କର ଏହା ମୋଦୀଙ୍କ ସହ ପ୍ରଥମ ସାକ୍ଷାତ। ଫେବ୍ରୁଆରି ୧୨ ତାରିଖରେ ବିହାର ବିଧାନସଭାରେ ଆସ୍ଥା ଭୋଟ୍ ଥିବାବେଳେ ଏହାର ୫ ଦିନ ପୂର୍ବରୁ ନୀତୀଶ ଆଜି ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଜେଡିୟୁ ନେତା ମଧ୍ୟ ଦିଲ୍ଲୀରେ ବିଜେପିର ଅନ୍ୟ ବରିଷ୍ଠ ନେତାଙ୍କୁ […]

Samaya Live Picture
Published On

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି। ଏନଡିଏ ମେଣ୍ଟରେ ଯୋଗ ଦେବାପରେ ଏବଂ ବିଜେପି ସହ ମିଶି ବିହାରରେ ସରକାର ଗଠନ କରିବାପରେ ନୀତୀଶଙ୍କର ଏହା ମୋଦୀଙ୍କ ସହ ପ୍ରଥମ ସାକ୍ଷାତ। ଫେବ୍ରୁଆରି ୧୨ ତାରିଖରେ ବିହାର ବିଧାନସଭାରେ ଆସ୍ଥା ଭୋଟ୍ ଥିବାବେଳେ ଏହାର ୫ ଦିନ ପୂର୍ବରୁ ନୀତୀଶ ଆଜି ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଜେଡିୟୁ ନେତା ମଧ୍ୟ ଦିଲ୍ଲୀରେ ବିଜେପିର ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟିବେ। ଜେଡିୟୁ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ବିହାରରେ ଆଗକୁ ରାଜ୍ୟସଭା ନିର୍ବାଚନ ସଂକ୍ରାନ୍ତର ନୀତୀଶ ବରିଷ୍ଠ ବିଜେପି ନେତାମାନଙ୍କ ସହ ଆଲୋଚନା କରିବେ। ଉଲ୍ଲେଖଯୋଗ୍ୟ ଯେ ବିହାରରେ ୬ ରାଜ୍ୟସଭା ଆସନ ଖାଲି ପଡ଼ିଛି। ଉକ୍ତ ୬ଟି ଆସନ ପାଇଁ ଆସନ୍ତା ଫେବ୍ରୁଆରି ୨୭ ତାରିଖରେ ନିର୍ବାଚନ ହେବ।

Tags: