ଆସ୍ଥା ଭୋଟ ଜିତିଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ବିଧାନସଭାରେ ଆସ୍ଥା ଭୋଟ ଜିତିଛନ୍ତି। କେଜ୍ରିୱାଲ ମଧ୍ୟ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। କେଜ୍ରିୱାଲ କହିଛନ୍ତି, ତାଙ୍କ ଦଳ ଆପ୍ ବିଜେପିର ସବୁଠୁ ବଡ଼ ପ୍ରତିଦ୍ବନ୍ଦ୍ବୀ। ଏଥିପାଇଁ ଏହା ଉପରେ ସବୁ ଦିଗରୁ ଆକ୍ରମଣ ହେଉଛି। କେଜ୍ରିୱାଲ ମୋଦୀଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି, ଯାଅ ଏବଂ ତୁମେ ଦିଲ୍ଲୀ ବିଧାନସଭା ଶେଷ କରିଦେବାକୁ ଚାହ ବୋଲି କୁହ। ଯଦି […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ବିଧାନସଭାରେ ଆସ୍ଥା ଭୋଟ ଜିତିଛନ୍ତି। କେଜ୍ରିୱାଲ ମଧ୍ୟ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। କେଜ୍ରିୱାଲ କହିଛନ୍ତି, ତାଙ୍କ ଦଳ ଆପ୍ ବିଜେପିର ସବୁଠୁ ବଡ଼ ପ୍ରତିଦ୍ବନ୍ଦ୍ବୀ। ଏଥିପାଇଁ ଏହା ଉପରେ ସବୁ ଦିଗରୁ ଆକ୍ରମଣ ହେଉଛି। କେଜ୍ରିୱାଲ ମୋଦୀଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି, ଯାଅ ଏବଂ ତୁମେ ଦିଲ୍ଲୀ ବିଧାନସଭା ଶେଷ କରିଦେବାକୁ ଚାହ ବୋଲି କୁହ। ଯଦି ବିଧାନସଭା ଶେଷ ହୁଏ ତେବେ ମୁଁ ତୁମପାଇଁ କାମ କରିବି ବୋଲି କେଜ୍ରିୱାଲ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ସରକାରଙ୍କର ଗୃହରେ ସଂଖ୍ୟାଗରିଷ୍ଠତା ଅଛି। କିନ୍ତୁ ବିଜେପି ତାଙ୍କ ଦଳର ବିଧାୟକମାନଙ୍କୁ ନିଜ ଆଡ଼କୁ ନେଇ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ସେ ଦାବି କରିଛନ୍ତି। ଏହି କାରଣ ପାଇଁ କେଜ୍ରିୱାଲ ଆଜି ଗୃହରେ ଆସ୍ଥା ପ୍ରସ୍ତାବ ଆଣିଥିଲେ।

Tags: