ଆସ୍ଥା ଭୋଟ୍‌ ପାଇଁ ୩ ଥର ଭାଙ୍ଗିଛି ସରକାର

ନୂଆଦିଲ୍ଲୀ : ମୋଦୀ ସରକାର ବିରୋଧରେ ଗତକାଲି ଲୋକସଭାରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ପ୍ରଥମ ଥର ନୁହେଁ। ପୂର୍ବରୁ ଲୋକସଭାରେ ସରକାରଙ୍କ ବିରୋଧରେ ମୋଟ୍‌ ୨୭ ଥର ଅନାସ୍ଥା‌ ପ୍ରସ୍ତାବ ଅଣାଯାଇଛି। ପିଆରଏସ୍‌ ଲେଜିସଲେଟିଭ ରିସର୍ଚ୍ଚ ଦ୍ବାରା ପ୍ରସ୍ତୁତ ହୋଇଥିବା ତଥ୍ୟ ଅନୁଯାୟୀ ସ୍ବାଧୀନ ଭାରତର ଇତିହାସରେ ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟରେ ସର୍ବାଧିକ ୧୫ ଥର ଅନାସ୍ଥା ଆସିଛି। ତେବେ ଲୋକସଭାରେ ଆସ୍ଥା ଭୋଟ୍‌ ଗ୍ରହଣ ସମୟରେ ‌ମୋଟ୍‌ ୩ ଥର ସରକାର ଭାଙ୍ଗିଛି। ୧୯୯୦ରେ […]

Samaya Live Picture
Published On

ନୂଆଦିଲ୍ଲୀ : ମୋଦୀ ସରକାର ବିରୋଧରେ ଗତକାଲି ଲୋକସଭାରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ପ୍ରଥମ ଥର ନୁହେଁ। ପୂର୍ବରୁ ଲୋକସଭାରେ ସରକାରଙ୍କ ବିରୋଧରେ ମୋଟ୍‌ ୨୭ ଥର ଅନାସ୍ଥା‌ ପ୍ରସ୍ତାବ ଅଣାଯାଇଛି। ପିଆରଏସ୍‌ ଲେଜିସଲେଟିଭ ରିସର୍ଚ୍ଚ ଦ୍ବାରା ପ୍ରସ୍ତୁତ ହୋଇଥିବା ତଥ୍ୟ ଅନୁଯାୟୀ ସ୍ବାଧୀନ ଭାରତର ଇତିହାସରେ ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟରେ ସର୍ବାଧିକ ୧୫ ଥର ଅନାସ୍ଥା ଆସିଛି। ତେବେ ଲୋକସଭାରେ ଆସ୍ଥା ଭୋଟ୍‌ ଗ୍ରହଣ ସମୟରେ ‌ମୋଟ୍‌ ୩ ଥର ସରକାର ଭାଙ୍ଗିଛି। ୧୯୯୦ରେ ଭିପି ସିଂହ ସରକାର ସମୟରେ, ୧୯୯୭ରେ ଏଚ୍‌ଡି ଦେବଗୌଡ଼ା ସରକାର ସମୟରେ ଏବଂ ୧୯୯୯‌ରେ ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ଅନାସ୍ଥା ଯୋଗୁଁ ସରକାର ଭାଙ୍ଗି ଯାଇଥିଲା। ୧୯୯୦ ନଭେମ୍ବର ୭ ତାରିଖରେ ଭିପି ସିଂହ ସରକାର ଆସ୍ଥା ପ୍ରସ୍ତାବ ଆଣିଥିଲେ । ତେବେ ଏହି ଆସ୍ତା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ ସମୟରେ ବିଜେପି ରାମ ମନ୍ଦିର ପ୍ରସଙ୍ଗରେ ଭିପି ସିଂହ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଦେଇଥିଲା। ଫଳରେ ଆସ୍ଥା ଭୋଟ୍‌ରେ ଭିପି ସିଂହ ହାରି ଯାଇଥିଲେ। ସେହିପରି ୧୯୯୭ ଏପ୍ରିଲ ୧୧ ତାରିଖରେ ଏଚ୍‌ଡି ଦେବଗୌଡ଼ାଙ୍କ ୧୦ ମାସର ମେଣ୍ଟ ସରକାର ଭାଙ୍ଗିଗଲା। କାରଣ ଦେବଗୌଡ଼ା ଆସ୍ଥା ଭୋଟ୍‌ରେ ହାରି ଯାଇଥିଲେ। ସରକାର ବିରୋଧରେ ୨୯୨ ସାଂସଦ ‌ଭୋଟ୍‌ ଦେଇଥିଲେ। ମାତ୍ର ୧୫୮ ସାଂସଦ ସରକାରଙ୍କୁ ସମର୍ଥନ କରିଥିଲେ। ୧୯୯୮ରେ ଅଟଳ ବିହାରି ବାଜପେୟୀ କ୍ଷମତାକୁ ଆସିବାପରେ ୧୯୯୯ ଏପ୍ରିଲ ୧୭ରେ ସେ ଏକ ଆସ୍ଥା ପ୍ରସ୍ତାବ ଆଣିଥିଲେ। କିନ୍ତୁ ଏଆଇଏଡିଏମ୍‌କେର ସମର୍ଥନ ପ୍ରତ୍ୟାହାର ଯୋଗୁଁ ବାଜପେୟୀ ମାତ୍ର ଗୋଟିଏ ଭୋଟ୍‌ରେ ହାରି ଯାଇଥିଲେ।

Tags: