ଆସିଲା ବିହାର ଜାତିଗତ ଜନଗଣନା ରିପୋର୍ଟ

ନୂଆଦିଲ୍ଲୀ : ବିହାର ସରକାରଙ୍କ ବିବାଦୀୟ ଜାତିଗତ ଜନଗଣନା ରିପୋର୍ଟ ଆଜି ଆସିଛି। ମୁଖ୍ୟ ସଚିବଙ୍କ ଦ୍ବାରା ଏହି ରିପୋର୍ଟ ଜାରି ହୋଇଛି। ନୀତୀଶ କୁମାର ପ୍ରଶାସନ ଅଧୀନରେ ଏହି ସର୍ଭେ ଚାଲିଥିଲା। ରିପୋର୍ଟ ଅନୁଯାୟୀ ରାଜ୍ୟର ମୋଟ୍‌ ଜନସଂଖ୍ୟାର ୨୭ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗ। ୩୬ ପ୍ରତିଶତ ଅତିରିକ୍ତ ପଛୁଆ ବର୍ଗ ଏବଂ ଅନୁସୂଚିତ ଜାତି ୧୯ ପ୍ରତିଶତ, ଅନୁସୂଚିତ ଜନଜାତି ୧.୬୮ ପ୍ରତିଶତ ଏବଂ ଉଚ୍ଚ ଜାତି ତଥା ସବର୍ଣ୍ଣ ହେଉଛନ୍ତି ୧୫.୫୨ […]

Samaya Live Picture
Published On

ନୂଆଦିଲ୍ଲୀ : ବିହାର ସରକାରଙ୍କ ବିବାଦୀୟ ଜାତିଗତ ଜନଗଣନା ରିପୋର୍ଟ ଆଜି ଆସିଛି। ମୁଖ୍ୟ ସଚିବଙ୍କ ଦ୍ବାରା ଏହି ରିପୋର୍ଟ ଜାରି ହୋଇଛି। ନୀତୀଶ କୁମାର ପ୍ରଶାସନ ଅଧୀନରେ ଏହି ସର୍ଭେ ଚାଲିଥିଲା। ରିପୋର୍ଟ ଅନୁଯାୟୀ ରାଜ୍ୟର ମୋଟ୍‌ ଜନସଂଖ୍ୟାର ୨୭ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗ। ୩୬ ପ୍ରତିଶତ ଅତିରିକ୍ତ ପଛୁଆ ବର୍ଗ ଏବଂ ଅନୁସୂଚିତ ଜାତି ୧୯ ପ୍ରତିଶତ, ଅନୁସୂଚିତ ଜନଜାତି ୧.୬୮ ପ୍ରତିଶତ ଏବଂ ଉଚ୍ଚ ଜାତି ତଥା ସବର୍ଣ୍ଣ ହେଉଛନ୍ତି ୧୫.୫୨ ପ୍ରତିଶତ। ମୋଟ୍‌ ଜନସଂଖ୍ୟାର ୨.୮୬ ପ୍ରତିଶତ ହେଉଛନ୍ତି ଭୂମିହାର, ୩.୬୬ ପ୍ରତିଶତ ବ୍ରାହ୍ମଣ, ୨.୮୭ ପ୍ରତିଶତ ହେଉଛନ୍ତି କୁର୍ମୀ ଏବଂ ୧୪ ପ୍ରତିଶତ ଯାଦବ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଘୋଷଣା କରାଯାଇଛି।

Tags: