ଆସିଆନ୍ରେ ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇଲେ ଜୟଶଙ୍କର
ନୂଆଦିଲ୍ଲୀ: ଚଳିତମାସ ୧୩ ଓ ୧୪ ତାରିଖରେ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ଆସିଆନ୍ (ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସଂଘ) ବିଦେଶ ମନ୍ତ୍ରୀଙ୍କ ବୈଠକ ଅବସରରେ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଚୀନ ସହ ସୀମା ବିବାଦ ପ୍ରସଙ୍ଗ ଉଠାଇଛନ୍ତି। କାନାଡ଼ାରେ ଖଲିସ୍ତାନୀ ସମର୍ଥକଙ୍କ ଦ୍ବାରା ହେଉଥିବା ଗଣ୍ଡଗୋଳ ପ୍ରସଙ୍ଗରେ ମଧ୍ୟ ଜୟଶଙ୍କର ଆଲୋଚନା କରିଛନ୍ତି। ଜୟଶଙ୍କର ଚୀନ ବହିର୍ବ୍ୟାପାର ସିପିସି ସେଣ୍ଟ୍ରାଲ କମିସନ କାର୍ଯ୍ୟାଳୟର ନିର୍ଦ୍ଦେଶକ ତଥା ବରିଷ୍ଠ କୂଟନୀତିଜ୍ଞ ୱାଙ୍ଗ ୟିଙ୍କ ସହିତ […]
ନୂଆଦିଲ୍ଲୀ: ଚଳିତମାସ ୧୩ ଓ ୧୪ ତାରିଖରେ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ଆସିଆନ୍ (ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସଂଘ) ବିଦେଶ ମନ୍ତ୍ରୀଙ୍କ ବୈଠକ ଅବସରରେ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଚୀନ ସହ ସୀମା ବିବାଦ ପ୍ରସଙ୍ଗ ଉଠାଇଛନ୍ତି। କାନାଡ଼ାରେ ଖଲିସ୍ତାନୀ ସମର୍ଥକଙ୍କ ଦ୍ବାରା ହେଉଥିବା ଗଣ୍ଡଗୋଳ ପ୍ରସଙ୍ଗରେ ମଧ୍ୟ ଜୟଶଙ୍କର ଆଲୋଚନା କରିଛନ୍ତି। ଜୟଶଙ୍କର ଚୀନ ବହିର୍ବ୍ୟାପାର ସିପିସି ସେଣ୍ଟ୍ରାଲ କମିସନ କାର୍ଯ୍ୟାଳୟର ନିର୍ଦ୍ଦେଶକ ତଥା ବରିଷ୍ଠ କୂଟନୀତିଜ୍ଞ ୱାଙ୍ଗ ୟିଙ୍କ ସହିତ ସୀମା ଓ ଅନ୍ୟାନ୍ୟ ପ୍ରସଙ୍ଗ ଆଲୋଚନା କରିଛନ୍ତି। ବୈଠକ ପରେ ଜୟଶଙ୍କର ଟ୍ବିଟ କରି କହିଛନ୍ତି, ସୀମାରେ ଶାନ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ୱାଙ୍ଗଙ୍କ ସହ ଆଲୋଚନା ହୋଇଛି।ଉଲ୍ଲେଖଯୋଗ୍ୟ ତିନିବର୍ଷରୁ ଅଧିକ ସମୟ ହେଲା ପୂର୍ବ ଲଦାଖରେ ଚୀନ ସହିତ ଭାରତର ସାମରିକ ବିବାଦ ଲାଗି ରହିଛି। ୨୦୨୦ ଜୁନରେ ଗଲୱାନ ଉପତ୍ୟକାରେ ଦୁଇ ଦେଶର ସୈନିକ ମୁହାଁମୁହିଁ ହୋଇଥିଲେ।ଉଲ୍ଲେଖଯୋଗ୍ୟ, ଜୟଶଙ୍କର ଗତ ମେ’ ମାସରେ କହିଥିଲେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଶାନ୍ତି ଓ ସ୍ଥିରତା ନଫେରିବା ପର୍ଯ୍ୟନ୍ତ ଦୁଇଦେଶ ମଧ୍ୟରେ ସଂପର୍କ ସ୍ବାଭାବିକ ହୋଇପାରିବ ନାହିଁ।




