ଆସାମ ବନ୍ୟା, ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ନୂଆଦିଲ୍ଲୀ : ଆସାମରେ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି। ୯ ଜିଲ୍ଲାରେ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଆଜି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ସହ କଥା ହୋଇଛନ୍ତି ଏବଂ ରାଜ୍ୟରେ ବନ୍ୟା ସ୍ଥିତି ମୁକାବିଲା ପାଇଁ ସମସ୍ତ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ ବୋଲି ଶାହ ପ୍ରତିଶୃତି ଦେଇଛନ୍ତି। ରାଜ୍ୟରେ ଉଦ୍ଧାର ଏବଂ ରିଲିଫ୍‌ ଅପରେସନ ପାଇଁ ଏନଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି। ବାକ୍ସା, ବାରପେଟା, […]

Samaya Live Picture
Published On

ନୂଆଦିଲ୍ଲୀ : ଆସାମରେ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି। ୯ ଜିଲ୍ଲାରେ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଆଜି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ସହ କଥା ହୋଇଛନ୍ତି ଏବଂ ରାଜ୍ୟରେ ବନ୍ୟା ସ୍ଥିତି ମୁକାବିଲା ପାଇଁ ସମସ୍ତ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ ବୋଲି ଶାହ ପ୍ରତିଶୃତି ଦେଇଛନ୍ତି। ରାଜ୍ୟରେ ଉଦ୍ଧାର ଏବଂ ରିଲିଫ୍‌ ଅପରେସନ ପାଇଁ ଏନଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି। ବାକ୍ସା, ବାରପେଟା, ଦରାଙ୍ଗ, ଧୁବ୍ରି, ଗୋଲପରା, କାମରୁପ , ଲଖିମପୁର, ନଲବରି , ଉଦଲଗୁରି ଜିଲ୍ଲାରେ ୪,୦୭,୭୦୦ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଶାସନ ରାଜ୍ୟରେ ୧୦୧ ରିଲିଫ୍‌ ଶିବିର ପରିଚାଳନା କରିଛି। ୮୧,୩୫୨ ଲୋକ ଆଶ୍ରୟସ୍ଥଳରେ ରହିଛନ୍ତି ଏବଂ ୫ ଜିଲ୍ଲାରେ ୧୧୯ ରିଲିଫ୍‌ ବିତରଣ କେନ୍ଦ୍ର ପରିଚାଳନା କରାଯାଇଛି। ୧୧୧୮ ଗ୍ରାମ ଜଳମଗ୍ନ ହୋଇଯାଇଛି ଏବଂ ୮,୪୬୯.୫୬ ହେକ୍ଟର ଚାଷଜମି ନଷ୍ଟ ହୋଇଯାଇଛି।

Tags: