ଆସାମ ବନ୍ୟାରେ ୩୦ରୁ ଅଧିକ ମୃତ୍ୟୁ, ୧.୬୧ ଲକ୍ଷରୁ ଅଧିକ ପ୍ରଭାବିତ
ନୂଆଦିଲ୍ଲୀ: ଆସାମରେ ବର୍ଷା ଏବଂ ବନ୍ୟା ପାଇଁ ମେ’ ୨୮ ତାରିଖରୁ ଏଯାବତ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ବନ୍ୟା ଯୋଗୁଁ ୧୫ ଜିଲ୍ଲାରେ ୧.୬୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। କରିମଗଞ୍ଜ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ୧,୫୨,୧୩୩ ଲୋକ ଏବେ ବନ୍ୟା ଜଳ ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଲଗାଣ ବର୍ଷା ଏବଂ ବନ୍ୟା ଯୋଗୁଁ ୧୩୭୮.୬୪ ହେକ୍ଟର ଚାଷଜମି ଧୋଇ ହୋଇଯାଇଛି । ୫୫ ହଜାରରୁ ଅଧିକ ପଶୁପକ୍ଷୀ […]
ନୂଆଦିଲ୍ଲୀ: ଆସାମରେ ବର୍ଷା ଏବଂ ବନ୍ୟା ପାଇଁ ମେ’ ୨୮ ତାରିଖରୁ ଏଯାବତ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ବନ୍ୟା ଯୋଗୁଁ ୧୫ ଜିଲ୍ଲାରେ ୧.୬୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। କରିମଗଞ୍ଜ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ୧,୫୨,୧୩୩ ଲୋକ ଏବେ ବନ୍ୟା ଜଳ ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଲଗାଣ ବର୍ଷା ଏବଂ ବନ୍ୟା ଯୋଗୁଁ ୧୩୭୮.୬୪ ହେକ୍ଟର ଚାଷଜମି ଧୋଇ ହୋଇଯାଇଛି । ୫୫ ହଜାରରୁ ଅଧିକ ପଶୁପକ୍ଷୀ ପ୍ରଭାବିତ ହୋଇଛନ୍ତି। ମୋଟ୍ ୫୧୧୪ ଲୋକ ୪୩ଟି ରିଲିଫ୍ ଶିବିରରେ ଆଶ୍ରୟ ନେଉଛନ୍ତି। ଏବେ ୪୭୦ଟି ଗାଁ ଜଳମଗ୍ନ ହୋଇଯାଇଛି ଏବଂ କାମପୁରରେ କପିଲି ନଦୀ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ବିଭିନ୍ନ ଜିଲ୍ଲାରେ ବନ୍ୟା ଜଳ ଯୋଗୁଁ ରାସ୍ତାଘାଟ, ପୋଲ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ନଷ୍ଟ ହୋଇଯାଇଛି।




