ଆସାମର ଲେଡି ସିଂଘମ୍ ଜୁନମୋନି ରାଭାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ
ନଗାଓଁ: ଆସାମର ମହିଳା ପୁଲିସ ସବ୍ଇନ୍ସପେକ୍ଟର ଜୁନମୋନି ରାଭାଙ୍କର ମଙ୍ଗଳବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବିଭିନ୍ନ ଘଟଣାକୁ ନେଇ ସେ ବିବାଦରେ ରହିଥିଲେ। ଏକ କଣ୍ଟେନର ଟ୍ରକ୍ ତାଙ୍କ କାର୍ ଉପରେ ସିଧା ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।‘ଲେଡି ସିଂହମ୍’ ବା ‘ଦବଙ୍ଗ ପୁଲିସ’ ଭାବେ ଜଣାଶୁଣା ଜୁନମୋନି ରାଭା ନିଜ ଘରୋଇ କାର୍ରେ ସାଦା ପୋଷାକରେ ଯାଉଥିଲେ। ଜଖଲବନ୍ଧ ଥାନା ଅନ୍ତର୍ଗତ ସାରୁଭୁଗିଆ ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା। ରାତି ସାଢ଼େ ୨ଟା ବେଳେ […]
ନଗାଓଁ: ଆସାମର ମହିଳା ପୁଲିସ ସବ୍ଇନ୍ସପେକ୍ଟର ଜୁନମୋନି ରାଭାଙ୍କର ମଙ୍ଗଳବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବିଭିନ୍ନ ଘଟଣାକୁ ନେଇ ସେ ବିବାଦରେ ରହିଥିଲେ। ଏକ କଣ୍ଟେନର ଟ୍ରକ୍ ତାଙ୍କ କାର୍ ଉପରେ ସିଧା ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।‘ଲେଡି ସିଂହମ୍’ ବା ‘ଦବଙ୍ଗ ପୁଲିସ’ ଭାବେ ଜଣାଶୁଣା ଜୁନମୋନି ରାଭା ନିଜ ଘରୋଇ କାର୍ରେ ସାଦା ପୋଷାକରେ ଯାଉଥିଲେ। ଜଖଲବନ୍ଧ ଥାନା ଅନ୍ତର୍ଗତ ସାରୁଭୁଗିଆ ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା। ରାତି ସାଢ଼େ ୨ଟା ବେଳେ ଖବର ପାଇ ପୁଲିସ ପାଟ୍ରୋଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଜଖଲବନ୍ଧ ଥାନା ଅଧିକାରୀ ପବନ କଲିତା କହିଛନ୍ତି।
ଦୁର୍ଘଟଣା ଘଟାଇଥିବା ଉତ୍ତରପ୍ରଦେଶର ଟ୍ରକ୍କୁ ଜବତ କରାଯାଇଛି। କିନ୍ତୁ ଏହାର ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି। ନଗାଓଁ ପୁଲିସ ଏସ୍ପି ଲୀନା ଡୋଲେ ସକାଳେ ପହଞ୍ଚି ଘଟଣାର ତଦାରଖ କରିଥିଲେ।
ତେବେ ମହିଳା ଏସ୍ଆଇ ଜଣକ ନିଜ ଘରୋଇ କାର୍ରେ କୌଣସି ସୁରକ୍ଷା କର୍ମଚାରୀଙ୍କ ବିନା ସାଦା ପୋଷାକରେ ଏକାକୀ ଅପର ଆସାମ ଆଡ଼କୁ ରାତିଅଧରେ କାହିଁକି ଯାଉଥିଲେ, ସେ ବିଷୟରେ ପୁଲିସ କିଛି ଅନୁମାନ ଲଗାଇ ପାରି ନାହିଁ। ତାଙ୍କ ପରିବାର ସଦସ୍ୟମାନେ ମଧ୍ୟ ଏ ବିଷୟରେ କିଛି ଜାଣି ନ ଥିବା କହିଛନ୍ତି।
ଜୁନମୋନି ରାଭା ଅପରାଧୀମାନଙ୍କ ପ୍ରତି ଅତ୍ୟନ୍ତ କଠୋର ଥିଲେ। ତାଙ୍କ ବିରୋଧରେ ଆର୍ଥିକ ଅନିୟମିତାର ଅଭିଯୋଗ ମଧ୍ୟ ଥିଲା। ଗତବର୍ଷ ଜୁନ ମାସରେ ଦୁର୍ନୀତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଚାକିରିରୁ ନିଲମ୍ବିତ ବି କରାଯାଇଥିଲା। ପରେ ତାଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯାଇଥିଲା।




