ଆସାମରେ ୩.୭ ତୀବ୍ରତାର ଭୂକମ୍ପ

ଗୌହାଟୀ : ଆସାମରେ ଆଜି ପୂର୍ବାହ୍ନ ୧୦.୦୬ରେ ଭୂକମ୍ପ ଅନୁଭୂତ ହୋଇଛି। ରିଚର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୩.୭ ଥିବା ଜଣାପଡ଼ିଛି। ତେଜପୁରଠାରୁ ୩୯ କିମି ପଶ୍ଚିମରେ ଭୂକମ୍ପ ହୋଇଛି। ତେବେ ଭୂକମ୍ପ ଯୋଗୁଁ କେହି ମୃତାହତ ହୋଇନାହାନ୍ତି କି କୌଣସି କ୍ଷୟକ୍ଷତି ହୋଇନି। ଉଲ୍ଲେଖଯୋଗ୍ୟ ଯେ ଗତ ମେ’ ୨୯ ତାରିଖରେ ଆସାମର ସୋନିତପୁରରେ ୪.୪ ତୀବ୍ରତାର ଭୂକମ୍ପ ହୋଇଥିଲା। ମେ’ ୨୮ ତାରିଖରେ ମଧ୍ୟ ପଂଜାବ, ହରିୟାଣାରେ ଭୂକମ୍ପ ଅନୁଭୂତ ହୋଇଥିଲା।

Samaya Live Picture
Published On

Tags: