ଆସାମରେ ହିମନ୍ତ ବିଶ୍ବ ଶର୍ମା ସରକାରକୁ ଦୁଇ କଂଗ୍ରେସ ବିଧାୟକଙ୍କ ସମର୍ଥନ

ଗୌହାଟି: ଆସାମ ରାଜନୀତିରେ ଏକ ନୂଆ ଘଟଣା ଘଟିଛି। ବିରୋଧୀ କଂଗ୍ରେସ ଦଳର ଦୁଇ ବିଧାୟକ ଦଳରେ ଥାଇ ବିଜେପିର ହିମନ୍ତ ବିଶ୍ବ ଶର୍ମାଙ୍କ ସରକାରକୁ ସମର୍ଥନ ଦେଇଛନ୍ତି। ଏହି ସମର୍ଥନ ପରେ ହିମନ୍ତ ବିଶ୍ବ ଶର୍ମା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛନ୍ତି। ରାହୁଲଙ୍କୁ କଟାକ୍ଷ କରି ଶର୍ମା କହିଛନ୍ତି, ଏହା ରାହୁଲଙ୍କୁ ମୋର ଉପହାର। ଉଲ୍ଲେଖଯୋଗ୍ୟ ଯେ ଆସାମ ବିଧାନସଭାରେ ଏବେ ବଜେଟ୍ ଅଧିବେଶନ ଚାଲିଛି । ଆଜି କଂଗ୍ରେସର ଦୁଇ ବିଧାୟକ […]

Samaya Live Picture
Published On

ଗୌହାଟି: ଆସାମ ରାଜନୀତିରେ ଏକ ନୂଆ ଘଟଣା ଘଟିଛି। ବିରୋଧୀ କଂଗ୍ରେସ ଦଳର ଦୁଇ ବିଧାୟକ ଦଳରେ ଥାଇ ବିଜେପିର ହିମନ୍ତ ବିଶ୍ବ ଶର୍ମାଙ୍କ ସରକାରକୁ ସମର୍ଥନ ଦେଇଛନ୍ତି। ଏହି ସମର୍ଥନ ପରେ ହିମନ୍ତ ବିଶ୍ବ ଶର୍ମା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛନ୍ତି। ରାହୁଲଙ୍କୁ କଟାକ୍ଷ କରି ଶର୍ମା କହିଛନ୍ତି, ଏହା ରାହୁଲଙ୍କୁ ମୋର ଉପହାର। ଉଲ୍ଲେଖଯୋଗ୍ୟ ଯେ ଆସାମ ବିଧାନସଭାରେ ଏବେ ବଜେଟ୍ ଅଧିବେଶନ ଚାଲିଛି । ଆଜି କଂଗ୍ରେସର ଦୁଇ ବିଧାୟକ କମଳାକ୍ଷ ଦେ ପୁରକାୟସ୍ଥ ଓ ବସନ୍ତ ଦାସ, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ପରେ ସେମାନେ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ସତ, ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଏକ ପ୍ରସ୍ତାବ ଆସିଛି ଓ ତାକୁ ସେ ଗ୍ରହଣ କରିଛନ୍ତି। ସେହିଭଳି ଦୁଇ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେବେ କି ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ଜଣାପଡ଼ିବ।

Tags: