ଆସାମରେ ବନ୍ୟା ସ୍ଥିତି ଜଟିଳ, ୪୦ ହଜାର ଲୋକ ପ୍ରଭାବିତ
ଗୌହାଟୀ : ଆସାମରେ ବନ୍ୟା ସ୍ଥିତି ଅତି ଜଟିଳ ରହିଛି। ବନ୍ୟା ଯୋଗୁଁ ୧୨ ଜିଲ୍ଲାରେ ପାଖାପାଖି ୩୪ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏଏସ୍ଡିଏମ୍ଏ) ରିପୋର୍ଟ ଅନୁଯାୟୀ ବନ୍ୟା ଯୋଗୁଁ କଚର, ଡରାଙ୍ଗଳ ଧେମାଜି, ଦିବ୍ରୁଗଡ଼, ଗୋଲାଘାଟ, ହୋଜାଇ, ଲଖିମୁପର , ନାଗାଓଁ, ନଲବରି, ସୋନିପୁର, ତିନସୁକିଆ ଏବଂ ଉଦଲଗୁଡ଼ି ଜିଲ୍ଲାରେ ୩୩,୪୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଶନିବାର ପର୍ଯ୍ୟନ୍ତ ଆସାମର ୮ଟି ଜିଲ୍ଲାରେ ୩୭,୫୦୦ରୁ ଅଧିକ […]
ଗୌହାଟୀ : ଆସାମରେ ବନ୍ୟା ସ୍ଥିତି ଅତି ଜଟିଳ ରହିଛି। ବନ୍ୟା ଯୋଗୁଁ ୧୨ ଜିଲ୍ଲାରେ ପାଖାପାଖି ୩୪ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏଏସ୍ଡିଏମ୍ଏ) ରିପୋର୍ଟ ଅନୁଯାୟୀ ବନ୍ୟା ଯୋଗୁଁ କଚର, ଡରାଙ୍ଗଳ ଧେମାଜି, ଦିବ୍ରୁଗଡ଼, ଗୋଲାଘାଟ, ହୋଜାଇ, ଲଖିମୁପର , ନାଗାଓଁ, ନଲବରି, ସୋନିପୁର, ତିନସୁକିଆ ଏବଂ ଉଦଲଗୁଡ଼ି ଜିଲ୍ଲାରେ ୩୩,୪୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଶନିବାର ପର୍ଯ୍ୟନ୍ତ ଆସାମର ୮ଟି ଜିଲ୍ଲାରେ ୩୭,୫୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଲଖିମୁପର ସର୍ବାଧିକ ପ୍ରଭାବିତ ଜିଲ୍ଲା। ଏଠାରେ ୨୫,୨୦୦ରୁ ଅଧିକ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବାବେଳେ ଦିବ୍ରୁଗଡ଼ରେ ୩,୮୦୦, ତିନସୁକିଆରେ ୨,୭୦୦ ଲୋକ ପ୍ରଭାବିତ ହୋଇଛନ୍ତି। ୧୪୨ ଗାଁ ଏବେ ଜଳମଗ୍ନ ହୋଇଯାଇଛି ଏବଂ ୧୫୧୦.୯୮ ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଛି।




