ଆସାମରେରେ ସାଇବର ସିଣ୍ଡିକେଟ୍‌ ଠାବ, ୮ ଗିରଫ

ଗୁଆହାଟି: ଆସାମ ପୁଲିସ ଏକ ବଡ଼ଧରଣର ସାଇବର ସିଣ୍ଡିକେଟ୍‌ର ପର୍ଦ୍ଦାଫାସ କରିଛି। ସିଣ୍ଡିକେଟ୍‌ର ୮ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ମୋବାଇଲ୍‌, ଏଟିଏମ୍‌ କାର୍ଡ, ଚେକ୍‌ ବୁକ୍‌ ଆଦି ଜବତ କରାଯାଇଛି। ଗୁଆହାଟି କମିସନର ଦିଗନ୍ତ ବାରାହଙ୍କ ସୂଚନାନୁସାରେ, କେତେକ ଜାଲିଆତି ଜମାଖାତାକୁ ନେଇ ଖୋଳତାଡ଼ ପରେ ଏହି ସାଇବର ଠକେଇ ସିଣ୍ଡିକେଟ୍‌କୁ ଧରିବାକୁ ଯୋଜନା କରାଯାଇଥିଲା। ଗତକାଲି ରାତିରେ ବାମୁନପରା ଓ ବୋରାଗାଓଁର ବିଭିନ୍ନ ଆଡ଼ାରେ ଚଢ଼ଉ କରାଯାଇ ୧୫ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ […]

Samaya Live Picture
Published On

ଗୁଆହାଟି: ଆସାମ ପୁଲିସ ଏକ ବଡ଼ଧରଣର ସାଇବର ସିଣ୍ଡିକେଟ୍‌ର ପର୍ଦ୍ଦାଫାସ କରିଛି। ସିଣ୍ଡିକେଟ୍‌ର ୮ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ମୋବାଇଲ୍‌, ଏଟିଏମ୍‌ କାର୍ଡ, ଚେକ୍‌ ବୁକ୍‌ ଆଦି ଜବତ କରାଯାଇଛି। ଗୁଆହାଟି କମିସନର ଦିଗନ୍ତ ବାରାହଙ୍କ ସୂଚନାନୁସାରେ, କେତେକ ଜାଲିଆତି ଜମାଖାତାକୁ ନେଇ ଖୋଳତାଡ଼ ପରେ ଏହି ସାଇବର ଠକେଇ ସିଣ୍ଡିକେଟ୍‌କୁ ଧରିବାକୁ ଯୋଜନା କରାଯାଇଥିଲା। ଗତକାଲି ରାତିରେ ବାମୁନପରା ଓ ବୋରାଗାଓଁର ବିଭିନ୍ନ ଆଡ଼ାରେ ଚଢ଼ଉ କରାଯାଇ ୧୫ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା। ପଚରାଉଚରା ପରେ ସାଇବର ଠକେଇର ବଡ଼ ନେଟ୍‌ୱର୍କ ସମ୍ପର୍କରେ ଜଣାପଡ଼ିଥିଲା। ଏହାପରେ ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକମାନେ ହେଲେ, ଶାହ ଆଲମ (୨୯), ଅଜିଜୁଲ ହକ୍‌ (୨୫), ଆଲାମିନ୍‌ ଖାନ୍‌, ରୁବୁଲ୍‌ ହୁସେନ୍‌ ଖାନ୍‌ (୩୭), କାଜି ସଦ୍ଦାମ ହୁସେନ୍‌ (୩୨), ଅବଦୁଲ୍‌ କଲାମ୍‌ (୩୧), ଅଜିମ୍‌ ଉଦ୍ଦିନ୍‌ ଅଲି (୩୭) ଓ ହସନ୍‌ ଅଲ୍ଲୀ (୩୬)।

Tags: