ଆସନ୍ତା ସପ୍ତାହରେ ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ; ୨୦ ମନ୍ତ୍ରୀପଦ ରଖିପାରେ ବିଜେପି

ମୁମ୍ବାଇ: ଦେବେନ୍ଦ୍ର ଫଡ଼ନାବିସ ମୁଖ୍ୟମନ୍ତ୍ରୀ ଏବଂ ଅଜିତ ପାୱାର ଓ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ଆସନ୍ତା ସପ୍ତାହରେ ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ହେବ। ଡିସେମ୍ବର ୧୬ ତାରିଖରେ ନାଗପୁରରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆସନ୍ତା ବୁଧବାର ତଥା ଡିସେମ୍ବର ୧୨ ତାରିଖରେ ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ହୋଇପାରେ ବୋଲି ଶିବସେନା ବିଧାୟକ ଭାରତ ଗୋଗାୱାଲେ ଏବଂ ସଂଜୟ ଶିରସତ କହିଛନ୍ତି। ବିଜେପି କାର୍ଯ୍ୟକର୍ତ୍ତାମାନେ କହିଛନ୍ତି, ଦଳକୁ ୨୦-୨୨ ମନ୍ତ୍ରୀ […]

Samaya Live Picture
Published On

ମୁମ୍ବାଇ: ଦେବେନ୍ଦ୍ର ଫଡ଼ନାବିସ ମୁଖ୍ୟମନ୍ତ୍ରୀ ଏବଂ ଅଜିତ ପାୱାର ଓ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ଆସନ୍ତା ସପ୍ତାହରେ ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ହେବ। ଡିସେମ୍ବର ୧୬ ତାରିଖରେ ନାଗପୁରରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆସନ୍ତା ବୁଧବାର ତଥା ଡିସେମ୍ବର ୧୨ ତାରିଖରେ ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ହୋଇପାରେ ବୋଲି ଶିବସେନା ବିଧାୟକ ଭାରତ ଗୋଗାୱାଲେ ଏବଂ ସଂଜୟ ଶିରସତ କହିଛନ୍ତି। ବିଜେପି କାର୍ଯ୍ୟକର୍ତ୍ତାମାନେ କହିଛନ୍ତି, ଦଳକୁ ୨୦-୨୨ ମନ୍ତ୍ରୀ ପଦ ମିଳିପାରେ। ସେମାନେ କହିଛନ୍ତି, ଶିବସେନାକୁ ୧୧-୧୨ ମନ୍ତ୍ରୀପଦ ଏବଂ ଏନ୍‌ସିପିକୁ ୮-୧୦ ମନ୍ତ୍ରୀପଦ ମିଳିପାରେ। ତେବେ ମହାୟୁତି ସରକାରରେ ୩ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ କ୍ଷମତା ବଣ୍ଟନ ଫର୍ମୁଲା ଚୂଡ଼ାନ୍ତ ହୋଇନଥିବା ଜଣାପଡ଼ିଛି। ବିଜେପି ପାଖରେ, ଗୃହ, ରାଜସ୍ବ, ସହରାଞ୍ଚଳ ବିକାଶ, ଜଳସେଚନ, ଜଙ୍ଗଲ, ପରିବହନ, ଉଚ୍ଚ ଏବଂ ବୈଶୟିକ ଶିକ୍ଷା ଭଳି ବିଭାଗ ରହିପାରେ ବୋଲି କୁହାଯାଉଛି।

Tags: