ଆସନ୍ତାମାସରେ ଇଣ୍ଡିଆ‌ ମେଣ୍ଟର ମିଳିତ ରାଲି, ଆସନ ବୁଝାମଣା ନେଇ କଥାବାର୍ତ୍ତା ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରଥମ ସମନ୍ବୟ କମିଟି ବୈଠକ ହୋଇଛି। ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ଆସନ ବୁଝାମଣା ନେଇ କଥାବାର୍ତ୍ତା ଆରମ୍ଭ ହେବ ବୋଲି ସମନ୍ବୟ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ମଧ୍ୟପ୍ରଦେଶର ଭୋପାଳରେ ଇଣ୍ଡିଆ ମେଣ୍ଟ ଆସନ୍ତା ମାସରେ ଏହାର ପ୍ରଥମ ମିଳିତ ରାଲି କରିବ। ଇଣ୍ଡିଆ ମେଣ୍ଟର ୧୪ ସଦସ୍ୟ ବିଶିଷ୍ଟ କମିଟିର ପ୍ରଥମ ବୈଠକରେ ୧୨ ଦଳ ଯୋଗ ଦେଇଥିଲେ। ଟିଏମ୍‌ସି ବୈଠକରେ ସାମିଲ […]

Samaya Live Picture
Published On

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରଥମ ସମନ୍ବୟ କମିଟି ବୈଠକ ହୋଇଛି। ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ଆସନ ବୁଝାମଣା ନେଇ କଥାବାର୍ତ୍ତା ଆରମ୍ଭ ହେବ ବୋଲି ସମନ୍ବୟ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ମଧ୍ୟପ୍ରଦେଶର ଭୋପାଳରେ ଇଣ୍ଡିଆ ମେଣ୍ଟ ଆସନ୍ତା ମାସରେ ଏହାର ପ୍ରଥମ ମିଳିତ ରାଲି କରିବ। ଇଣ୍ଡିଆ ମେଣ୍ଟର ୧୪ ସଦସ୍ୟ ବିଶିଷ୍ଟ କମିଟିର ପ୍ରଥମ ବୈଠକରେ ୧୨ ଦଳ ଯୋଗ ଦେଇଥିଲେ। ଟିଏମ୍‌ସି ବୈଠକରେ ସାମିଲ ହୋଇନାହିଁ। କମିଟିରେ ନିଯୁକ୍ତ ହୋଇଥିବା ଟିଏମ୍‌ସି ସଦସ୍ୟ ଅଭିଷେକ ବାନାର୍ଜୀଙ୍କୁ ଇଡି ସମନ୍‌ କରିଥିବାରୁ ସେ ବୈଠକରେ ଯୋଗ ଦେଇପାରିନାହାନ୍ତି। ଜେଡିୟୁ ନେତା ସଂଜୟ ଝା କହିଛନ୍ତି, ଆସନ ବୁଝାମଣା ନେଇ ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ଅନ୍ୟପକ୍ଷେ ରାଜ୍ୟ ସ୍ଥିତି ଅନୁଯାୟୀ ଦଳମାନେ ଏଦିଗରେ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ବୈଠକରେ ଯୋଗ ଦେଇଥିବା ଏନ୍‌ସି ନେତା ଓମାର ଅବଦୁଲ୍ଲା କହିଛନ୍ତି, ଇଣ୍ଡିଆ ମେଣ୍ଟର ଦଳ ଗୁଡ଼ିକ ଦଖଲରେ ଥିବା ଆସନ ଉପରେ କୌଣସି ଆଲୋଚନା ହେବନାହିଁ। କେବଳ ବିଜେପି ଏବଂ ଏନ୍‌ଡିଏ ମେଣ୍ଟ ଦଖଲରେ ଥିବା ଆସନ ସଂକ୍ରାନ୍ତରେ ଆଲୋଚନା ହେବ।

Tags: