ଆସନ୍ତାକାଲି ୨୧ ରାଜ୍ୟର ୧୦୨ ଆସନରେ ଭୋଟ୍
ନୂଆଦିଲ୍ଲୀ : ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ ୧୬.୬୩ କୋଟି ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। ୧.୮୭ ଲକ୍ଷ ମତଦାନ କେନ୍ଦ୍ରରେ ୧୮ ଲକ୍ଷ ମତଦାତା ମତଦାନ କରିବେ। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ସମସ୍ତ ଭୋଟରଙ୍କୁ ମତଦାନ କରିବା ପାଇଁ ଅନୁରୋଧ କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ […]
ନୂଆଦିଲ୍ଲୀ : ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ ୧୬.୬୩ କୋଟି ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। ୧.୮୭ ଲକ୍ଷ ମତଦାନ କେନ୍ଦ୍ରରେ ୧୮ ଲକ୍ଷ ମତଦାତା ମତଦାନ କରିବେ। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ସମସ୍ତ ଭୋଟରଙ୍କୁ ମତଦାନ କରିବା ପାଇଁ ଅନୁରୋଧ କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଇଙ୍ଗିତ କରି ରାଜୀବ କୁମାର କହିଛନ୍ତି, ୭ ପର୍ଯ୍ୟାୟ ନିର୍ବାଚନ ସମୟରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି। ସେ କହିଛନ୍ତି, ଗ୍ରୀଷ୍ମ ପ୍ରବାହ କଥା କୁହାଯାଉଛି ଏବଂ ଏହା ସତ। ଆପଣମାନେ ଏବଂ ଆମ୍ଭେ ମାନେ ସମସ୍ତ ସତର୍କତା ଅବଲମ୍ବନ କରିବା ଉଚିତ। କିନ୍ତୁ ଭାରତୀୟଙ୍କ ଉତ୍ସାହକୁ ମୁଁ ଜାଣେ ଏବଂ ଭାରତୀୟମାନେ ଗ୍ରୀଷ୍ମ ପ୍ରବାହକୁ ହରାଇପାରିବେ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆସନ୍ତାକାଲି ୧୦୨ ଲୋକସଭା ଆସନରେ ଭୋଟ୍ ଗ୍ରହଣ ସହ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ବିଧାନସଭା ନିର୍ବାଚନ ଅଛି। ପ୍ରଥମ ପର୍ଯ୍ୟାୟରେ ତାମିଲନାଡ଼ୁ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଭୋଟ୍ ଅଛି। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧୬.୬୩ କୋଟି ଭୋଟରଙ୍କ ମଧ୍ୟରୁ ୮.୪ କୋଟି ହେଉଛନ୍ତି ପୁରୁଷ ଏବଂ ୮.୨୩ କୋଟି ହେଉଛନ୍ତି ମହିଳା ଏବଂ ୧୧,୩୭୧ ଜଣ କିନ୍ନର। ପ୍ରଥମ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ମତଦାତା ପ୍ରଥମ ଥର ମତାଦନ କରିବେ। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧୬୨୫ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୪୯୧ ଜଣ ପୁରୁଷ ଏବଂ ୧୩୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।




