ଆସନ୍ତାକାଲି ହେମନ୍ତ ସୋରେନଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋ୍ର୍ଚ୍ଚା) ନେତା ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆବେଦନ ଉପରେ ଆସନ୍ତାକାଲି ସୁପ୍ରିମକୋର୍ଟ ଶୁଣାଣି କରିବେ। ଜମି ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ଇଡି ଦ୍ବାରା ଗିରଫ ହୋଇଥିବା ହେମନ୍ତ ସୋରେନ ତାଙ୍କ ଗିରଫକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଦିପଙ୍କର ଦତ୍ତଙ୍କ ଖଣ୍ଡପୀଠ ସୋରେନଙ୍କ ଆବେଦନର ଶୁଣାଣି କରିବେ। ଲୋକସଭା ନିର୍ବାଚନରେ ପ୍ରଚାର କରିବାପାଇଁ […]

Samaya Live Picture
Published On

ନୂଆଦିଲ୍ଲୀ: ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋ୍ର୍ଚ୍ଚା) ନେତା ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆବେଦନ ଉପରେ ଆସନ୍ତାକାଲି ସୁପ୍ରିମକୋର୍ଟ ଶୁଣାଣି କରିବେ। ଜମି ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ଇଡି ଦ୍ବାରା ଗିରଫ ହୋଇଥିବା ହେମନ୍ତ ସୋରେନ ତାଙ୍କ ଗିରଫକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଦିପଙ୍କର ଦତ୍ତଙ୍କ ଖଣ୍ଡପୀଠ ସୋରେନଙ୍କ ଆବେଦନର ଶୁଣାଣି କରିବେ। ଲୋକସଭା ନିର୍ବାଚନରେ ପ୍ରଚାର କରିବାପାଇଁ ସୋରେନ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଜାମିନ ମଂଜୁର କରିଥିବାରୁ ସୋରେନଙ୍କ କ୍ଷେତ୍ରରେ ମଧ୍ୟ ଠିକ୍ ତାହା ହୋଇପାରେ ବୋଲି ଆଶା କରାଯାଉଛି।

Tags: