ଆସନ୍ତାକାଲି ସକାଳ ସୁଦ୍ଧା ନୀତୀଶ ଇସ୍ତଫା ଦେବେ

ନୂଆଦିଲ୍ଲୀ: ବିହାରରେ ମହାମେଣ୍ଟ ସରକାରର ମୁଖିଆ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତାକାଲି ସକାଳ ସୁଦ୍ଧା ଇସ୍ତଫା ଦେଇପାରନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସ ସହ ଜଡ଼ିତ ଏକ ଘନିଷ୍ଠ ସୂତ୍ରରୁ ଏହା ଜଣାପଡ଼ିଛି। ଜେଡିୟୁ ସଭାପତି ନୀତୀଶ କୁମାର ବିଧାୟକ ଦଳ ବୈଠକ କରିବେ ଏବଂ ଏହାପରେ ସେ ତାଙ୍କ ଇସ୍ତଫା ଘୋଷଣା କରିବେ। ନୀତୀଶ ଇସ୍ତଫା ଦେଲେ ଅନେକ କଂଗ୍ରେସ ନେତା ତାଙ୍କ ସହ ଯୋଗ ଦେବେ। ଅନ୍ୟପକ୍ଷେ ଆରଜେଡି ଲଢ଼େଇ ଜାରି ରଖିବ। ଆରଜେଡି […]

Samaya Live Picture
Published On

ନୂଆଦିଲ୍ଲୀ: ବିହାରରେ ମହାମେଣ୍ଟ ସରକାରର ମୁଖିଆ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତାକାଲି ସକାଳ ସୁଦ୍ଧା ଇସ୍ତଫା ଦେଇପାରନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସ ସହ ଜଡ଼ିତ ଏକ ଘନିଷ୍ଠ ସୂତ୍ରରୁ ଏହା ଜଣାପଡ଼ିଛି। ଜେଡିୟୁ ସଭାପତି ନୀତୀଶ କୁମାର ବିଧାୟକ ଦଳ ବୈଠକ କରିବେ ଏବଂ ଏହାପରେ ସେ ତାଙ୍କ ଇସ୍ତଫା ଘୋଷଣା କରିବେ। ନୀତୀଶ ଇସ୍ତଫା ଦେଲେ ଅନେକ କଂଗ୍ରେସ ନେତା ତାଙ୍କ ସହ ଯୋଗ ଦେବେ। ଅନ୍ୟପକ୍ଷେ ଆରଜେଡି ଲଢ଼େଇ ଜାରି ରଖିବ। ଆରଜେଡି ମଧ୍ୟ ଏହାର ରଣନୀତି ପ୍ରସ୍ତୁତ କରିଛି। ନୀତୀଶ ଯେମିତି ମୁଖ୍ୟମନ୍ତ୍ରୀ ନରୁହନ୍ତି ସେନେଇ ଆରଜେଢି ଏହାର ସଂଖ୍ୟାକୁ ନେଇ କସରତ ଆରମ୍ଭ କରିଦେଇଛି। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ନୀତୀଶ କୁମାର ଜେଡିୟୁ-ବିଜେପି ମେଣ୍ଟ ପକ୍ଷରୁ ରବିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜେପି ନେତା ସୁଶୀଲ କୁମାର ମୋଦୀ ମଧ୍ୟ ତାଙ୍କ ଦଳକୁ ଫେରିପାରନ୍ତି। ବିହାର ରାଜନୈତିକ ସ୍ଥିତି ସଂକ୍ରାନ୍ତରେ ଟିପ୍ପଣୀ ରଖି ବରିଷ୍ଠ ବିଜେପି ନେତା ସୁଶୀଲ ମୋଦୀ କହିଛନ୍ତି, ଯେଉଁ ଦ୍ବାର ବନ୍ଦ ଥିଲା ତାହା ଏବେ ଖୋଲିପାରିବ। ସୁଶୀଲ କହିଛନ୍ତି, ରାଜନୀତି ହେଉଛି ସମ୍ଭାବନାର ଖେଳ।

Tags: