ଆସନ୍ତାକାଲି ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବ

ନୂଆଦିଲ୍ଲୀ : ନିର୍ବାଚନ କମିସନ ଆସନ୍ତାକାଲି ଅପରାହ୍ନ ୩ଟାରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ନିର୍ବାଚନ କମିସନ ଲୋକସଭା ନିର୍ବାଚନ ସହ ଓଡ଼ିଶା, ସିକ୍କିମ, ଅରୁଣାଚଳପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ମିଳିଥିବା ସୂଚନାନୁଯାୟୀ ୭ କିମ୍ବା ୮ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଅନ୍ୟ ୨ ନବନିଯୁକ୍ତ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସନ୍ଧୁଙ୍କ ସହ […]

Samaya Live Picture
Published On

ନୂଆଦିଲ୍ଲୀ : ନିର୍ବାଚନ କମିସନ ଆସନ୍ତାକାଲି ଅପରାହ୍ନ ୩ଟାରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ନିର୍ବାଚନ କମିସନ ଲୋକସଭା ନିର୍ବାଚନ ସହ ଓଡ଼ିଶା, ସିକ୍କିମ, ଅରୁଣାଚଳପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ମିଳିଥିବା ସୂଚନାନୁଯାୟୀ ୭ କିମ୍ବା ୮ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଅନ୍ୟ ୨ ନବନିଯୁକ୍ତ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସନ୍ଧୁଙ୍କ ସହ ନିର୍ବାଚନ ତାରିଖ ଘୋଷଣା କରିବେ। ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ କମିସନ ନିର୍ବାଚନ ତାରିଖ ଘୋଷଣା କରିବେ ଏବଂ ସାମ୍ବାଦିକ ସମ୍ମିଳନୀର ସିଧା ପ୍ରସାରଣ କରାଯିବ। ଉଲ୍ଲେଖଯୋଗ୍ୟ ଯେ ବିଜେପି ନେତୃତ୍ବାଧୀନ ଏନଡିଏ ଲୋକସଭା ନିର୍ବାଚନରେ ଲଗାତାର ତୃତୀୟ ଥର ପାଇଁ ବିଜୟ ଆଶା ରଖିଛି। ଚଳିତ ନିର୍ବାଚନରେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ଏବଂ ଏନଡିଏ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେବ। ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ ହୋଇଛି। ପ୍ରମୁଖ ଦଳ ଗୁଡ଼ିକ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି। ୨ ପ୍ରମୁଖ ଜାତୀୟ ଦଳ ବିଜେପି ଏବଂ କଂଗ୍ରେସ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଛନ୍ତି।

Tags: