ଆସନ୍ତାକାଲି ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସେବା ନିଯୁକ୍ତି ବିଲ୍
ନୂଆଦିଲ୍ଲୀ : ଆସନ୍ତାକାଲି ରାଜ୍ୟସଭାରେ ଦିଲ୍ଲୀ ସେବା ନିଯୁକ୍ତି ବିଲ୍ ଆଗତ ହେବ। ଲୋକସଭାରେ ଏହି ବିଲ୍ ବାଚନିକ ଭୋଟ୍ରେ ଗୃହୀତ ହେବାପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ରାଜ୍ୟସଭାରେ ଏହି ବିଲ୍ ଆଗତ କରିବେ। ଆସନ୍ତାକାଲି ଆପ୍ ଏହାର ସମସ୍ତ ନେତାଙ୍କୁ ଗୃହରେ ଉପସ୍ଥିତ ରହିବାକୁ ଏକ ୩ ଲାଇନ୍ର ହ୍ବିପ୍ ଜାରି କରିଛି। ଅଗଷ୍ଟ ୭ ଏବଂ ୮ ତାରିଖରେ ସମସ୍ତ ଆପ୍ ନେତା ଗୃହରେ ଉପସ୍ଥିତ ରହିବାକୁ ହ୍ବିପ୍ ଜାରି ହୋଇଛି। […]
ନୂଆଦିଲ୍ଲୀ : ଆସନ୍ତାକାଲି ରାଜ୍ୟସଭାରେ ଦିଲ୍ଲୀ ସେବା ନିଯୁକ୍ତି ବିଲ୍ ଆଗତ ହେବ। ଲୋକସଭାରେ ଏହି ବିଲ୍ ବାଚନିକ ଭୋଟ୍ରେ ଗୃହୀତ ହେବାପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ରାଜ୍ୟସଭାରେ ଏହି ବିଲ୍ ଆଗତ କରିବେ। ଆସନ୍ତାକାଲି ଆପ୍ ଏହାର ସମସ୍ତ ନେତାଙ୍କୁ ଗୃହରେ ଉପସ୍ଥିତ ରହିବାକୁ ଏକ ୩ ଲାଇନ୍ର ହ୍ବିପ୍ ଜାରି କରିଛି। ଅଗଷ୍ଟ ୭ ଏବଂ ୮ ତାରିଖରେ ସମସ୍ତ ଆପ୍ ନେତା ଗୃହରେ ଉପସ୍ଥିତ ରହିବାକୁ ହ୍ବିପ୍ ଜାରି ହୋଇଛି। ଆସନ୍ତାକାଲି ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନା ହେବ। କଂଗ୍ରେସ ମଧ୍ୟ ଏହାର ସମସ୍ତ ରାଜ୍ୟସଭା ସଦସଙ୍କୁ ସୋମବାର ଗୃହରେ ଉପସ୍ଥିତ ରହିବାପାଇଁ ହ୍ବିପ୍ ଜାରି କରିଛି। ଉଲ୍ଲେଖଯୋଗ୍ୟ ଯେ ଗତ ଗୁରୁବାର ଦିନ ଲୋକସଭାରେ ଏହି ବିଲ୍ ଗୃହୀତ ହୋଇଥିଲା। ବିଲ୍ ଉପରେ ୫ ଘଣ୍ଟାର ଆଲୋଚନା ହେବାପରେ ବିଲ୍ ଗୃହୀତ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ କଂଗ୍ରେସ ନେତା ଏବଂ ସୁପ୍ରିମକୋର୍ଟ ଓକିଲ ଅଭିଶେକ ମନୁ ସିଂଘଭି ରାଜ୍ୟସଭାରେ ବିରୋଧୀଙ୍କ ପକ୍ଷରୁ ବିତର୍କ ଆରମ୍ଭ କରିପାରନ୍ତି।




