ଆସନ୍ତାକାଲି ମୌସୁମୀ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ: ଆସନ୍ତାକାଲି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ସରକାର ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ରହିବେ। ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଦଳମାନେ ମତ ରଖିବେ। ଅଧିବେଶନ ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ବୁଧବାର ଏକ ସର୍ବଦଳୀୟ ବୈଠକ ଡାକିଥିଲେ। କିନ୍ତୁ ବେଙ୍ଗାଲୁରୁରେ ବିରୋଧୀ ଏବଂ ଦିଲ୍ଲୀରେ ଏନ୍ଡିଏର ବୈଠକ ପାଇଁ ନେତାମାନେ ଉପଲବ୍ଧ ନହେବାରୁ ବୈଠକ ଘୁଞ୍ଚାଯାଇଥିଲା। ଇତିମଧ୍ୟରେ ପ୍ରତିରକ୍ଷା […]
ନୂଆଦିଲ୍ଲୀ: ଆସନ୍ତାକାଲି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ସରକାର ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ରହିବେ। ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଦଳମାନେ ମତ ରଖିବେ। ଅଧିବେଶନ ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ବୁଧବାର ଏକ ସର୍ବଦଳୀୟ ବୈଠକ ଡାକିଥିଲେ। କିନ୍ତୁ ବେଙ୍ଗାଲୁରୁରେ ବିରୋଧୀ ଏବଂ ଦିଲ୍ଲୀରେ ଏନ୍ଡିଏର ବୈଠକ ପାଇଁ ନେତାମାନେ ଉପଲବ୍ଧ ନହେବାରୁ ବୈଠକ ଘୁଞ୍ଚାଯାଇଥିଲା। ଇତିମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ପୀୟୂଷ ଗୋୟଲଙ୍କ ସମେତ ଅନ୍ୟ କିଛି କ୍ୟାବିନେଟ୍ ସହକର୍ମୀଙ୍କ ସହ ଏକ ବୈଠକ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପୁରୁଣା ସଂସଦ ଭବନରେ ମୌସୁମୀ ଅଧିବେଶନ ଆରମ୍ଭ ହେବ। ଚଳିତ ମୌସୁମୀ ଅଧିବେଶନରେ ସରକାର ଦିଲ୍ଲୀ ଅଧ୍ୟାଦେଶ, ୟୁସିସି (ସମାନ ନାଗରିକ ସଂହିତା) ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଲ୍ ଆଗତ କରିବେ। ବିରୋଧୀ ଦଳ ନେତାମାନେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାପାଇଁ ଯୋଜନା ପ୍ରସ୍ତୁତ କରିସାରିଛନ୍ତି।




