ଆସନ୍ତାକାଲି ମୁମ୍ବାଇରେ ଇଣ୍ଡିଆ ବନାମ ଏନ୍‌ଡିଏ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ମୁମ୍ବାଇରେ ବିରୋଧୀ ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ଆରମ୍ଭ ହେବ। ଆସନ୍ତାକାଲି ସନ୍ଧ୍ୟାରେ ଅନୌପଚାରିକ ବୈଠକ ଅଛି ଏବଂ ଏହାର ପରଦିନ ଔପଚାରିକ କାର୍ଯ୍ୟକ୍ରମ। ତେବେ ଏହି ସମାନ ଦିନ ମହାରାଷ୍ଟ୍ରରେ ଶାସକ ଏନ୍‌ଡିଏ ମଧ୍ୟ ବୈଠକ କରିବ। ଦ୍ବିତୀୟ ଥର ପାଇଁ ଉଭୟ ଇଣ୍ଡିଆ ଏବଂ ଏନ୍‌ଡିଏ ଗୋଟିଏ ତାରିଖରେ ବୈଠକ କରୁଛନ୍ତି। ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଏନ୍‌ଡିଏ ବୈଠକ‌ରେ ନୂଆ କରି ସାମିଲ ହୋଇଥିବା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଯୋଗଦେବେ […]

Samaya Live Picture
Published On

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ମୁମ୍ବାଇରେ ବିରୋଧୀ ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ଆରମ୍ଭ ହେବ। ଆସନ୍ତାକାଲି ସନ୍ଧ୍ୟାରେ ଅନୌପଚାରିକ ବୈଠକ ଅଛି ଏବଂ ଏହାର ପରଦିନ ଔପଚାରିକ କାର୍ଯ୍ୟକ୍ରମ।
ତେବେ ଏହି ସମାନ ଦିନ ମହାରାଷ୍ଟ୍ରରେ ଶାସକ ଏନ୍‌ଡିଏ ମଧ୍ୟ ବୈଠକ କରିବ। ଦ୍ବିତୀୟ ଥର ପାଇଁ ଉଭୟ ଇଣ୍ଡିଆ ଏବଂ ଏନ୍‌ଡିଏ ଗୋଟିଏ ତାରିଖରେ ବୈଠକ କରୁଛନ୍ତି। ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଏନ୍‌ଡିଏ ବୈଠକ‌ରେ ନୂଆ କରି ସାମିଲ ହୋଇଥିବା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଯୋଗଦେବେ ବୋଲି ଏନ୍‌ସିପି ସାଂସଦ ସୁନିଲ ତତ୍‌କରେ ସୂଚନା ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଇଣ୍ଡିଆ‌ ମେଣ୍ଟ ଆସନ୍ତାକାଲିର ବୈଠକରେ ଏହାର ଲୋଗୋ ଉନ୍ମୋଚନ କରିବ। ରାଜ୍ୟ ବିଧାନସଭା ନିର୍ବା‌ଚନ ପାଇଁ ଆସନ ବୁଝାମଣା ସଂକ୍ରାନ୍ତରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇପାରେ। ୨୬ ଅଣ-ବିଜେପି ଦଳ ଥିବା ଏହି ମେଣ୍ଟରେ ଆଗକୁ ସଦସ୍ୟଙ୍କ ସଂଖ୍ୟା ଆହୁରି ବଢ଼ିପାରେ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମ ବଙ୍ଗ ମମତା ବାନାର୍ଜୀଙ୍କ ସମେତ ଅନ୍ୟ ଦଳର ବରିଷ୍ଠ ନେତାମାନେ ବୈଠକରେ ଯୋଗଦେବେ। ଇଣ୍ଡିଆ ମେଣ୍ଟର ବୈଠକରେ ବିଭିନ୍ନ କମିଟି ସଂକ୍ରାନ୍ତରେ ଘୋଷଣା ହୋଇପାରେ।

Tags: