ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାୟବ ସିଂହ ସାଇନି

ନୂଆଦିଲ୍ଲୀ : ନାୟବ ସିଂହ ସାଇନି ଆସନ୍ତାକାଲି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଲଗାତାର ଦ୍ବିତୀୟ ଥର ପାଇଁ ସାଇନି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପଞ୍ଚକୁଳାରେ ବିଜେପି ପାର୍ଟି ଅଫିସ‌ରେ ଆଜି ହରିୟାଣାର ନବ ନିର୍ବାଚିତ ବିଜେପି ବିଧାୟକମାନଙ୍କର ଏକ ବୈଠକ ହୋଇଥିଲା। ଏହି ବୈଠକରେ ନାୟବ ସିଂହ ସାଇନିଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି। ବୈଠକରେ ମଧ୍ୟ କେନ୍ଦ୍ର ଗୃହ‌ ମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ […]

Samaya Live Picture
Published On

ନୂଆଦିଲ୍ଲୀ : ନାୟବ ସିଂହ ସାଇନି ଆସନ୍ତାକାଲି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଲଗାତାର ଦ୍ବିତୀୟ ଥର ପାଇଁ ସାଇନି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପଞ୍ଚକୁଳାରେ ବିଜେପି ପାର୍ଟି ଅଫିସ‌ରେ ଆଜି ହରିୟାଣାର ନବ ନିର୍ବାଚିତ ବିଜେପି ବିଧାୟକମାନଙ୍କର ଏକ ବୈଠକ ହୋଇଥିଲା। ଏହି ବୈଠକରେ ନାୟବ ସିଂହ ସାଇନିଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି। ବୈଠକରେ ମଧ୍ୟ କେନ୍ଦ୍ର ଗୃହ‌ ମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଓ ଅନ୍ୟ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ୫୪ ବର୍ଷୀୟ ସାଇନି ଗତ ମାର୍ଚ୍ଚରେ ମନୋହର ଲାଲ୍‌ ଖଟ୍ଟରଙ୍କ ସ୍ଥାନରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲେ।

Tags: