ଆସନ୍ତାକାଲି ବିଶ୍ବ ଯୋଗ ଦିବସ
ନୂଆଦିଲ୍ଲୀ: ଜୁନ୍ ୨୧ରେ ୧୧ଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ନିମନ୍ତେ ଭାରତ ସରକାର ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ‘ଗୋଟିଏ ପୃଥିବୀ ଓ ଏକ ସ୍ବାସ୍ଥ୍ୟ ନିମନ୍ତେ ଯୋଗ’ ରଖାଯାଇଛି। ଜୁନ୍ ୨୧ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ମୂଳ କାର୍ଯ୍ୟକ୍ରମ ‘ଯୋଗ ସଙ୍ଗମ’ ଆୟୋଜନ କରାଯିବ। ପୂର୍ବାହ୍ଣ ୬ଟା ୩୦ ମିନିଟ୍ରୁ ୭ଟା ୪୫ ମିନିଟ୍ ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ […]
ନୂଆଦିଲ୍ଲୀ: ଜୁନ୍ ୨୧ରେ ୧୧ଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ନିମନ୍ତେ ଭାରତ ସରକାର ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ‘ଗୋଟିଏ ପୃଥିବୀ ଓ ଏକ ସ୍ବାସ୍ଥ୍ୟ ନିମନ୍ତେ ଯୋଗ’ ରଖାଯାଇଛି। ଜୁନ୍ ୨୧ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ମୂଳ କାର୍ଯ୍ୟକ୍ରମ ‘ଯୋଗ ସଙ୍ଗମ’ ଆୟୋଜନ କରାଯିବ। ପୂର୍ବାହ୍ଣ ୬ଟା ୩୦ ମିନିଟ୍ରୁ ୭ଟା ୪୫ ମିନିଟ୍ ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ୧୧ ଡିସେମ୍ବର ୨୦୧୪ରେ ମିଳିତ ଜାତିସଂଘ ୬୯/୧୩୧ତମ ପ୍ରସ୍ତାବରେ ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା। ଏହି ପ୍ରସ୍ତାବକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୭ ସେପ୍ଟମ୍ବର ୨୦୧୪ରେ ମିଳିତ ଜାତିସଂଘରେ ଉପସ୍ଥାପିତ କରିଥିଲେ। ଏହାକୁ ୧୭୫ଟି ସଦସ୍ୟ ରାଷ୍ଟ୍ର ସମର୍ଥନ କରିଥିଲେ।




