ଆସନ୍ତାକାଲି ପ୍ରତ୍ୟର୍ପିତ ଭାରତୀୟଙ୍କ ସହ ଦ୍ବିତୀୟ ଆମେରିକୀୟ ବିମାନ ଅମୃତସରରେ ପହଞ୍ଚିବ

ନୂଆଦିଲ୍ଲୀ: ଆମେରିକାରୁ ପ୍ରତ୍ୟର୍ପିତ ବେଆଇନ ଭାରତୀୟ ପ୍ରବାସୀଙ୍କୁ ନେଇ ଆସୁଥିବା ଦ୍ୱିତୀୟ ବିମାନ ଆସନ୍ତାକାଲି ଅମୃତସରରେ ଅବତରଣ କରିବ। ଏହା ପରେ ଦେଶାନ୍ତର ହୋଇଥିବା ଭାରତୀୟଙ୍କର ଆଉ ଏକ ବିମାନ ପହଞ୍ଚିବ ବୋଲି ସୂଚନା ମିଳିଛି। ଫେବ୍ରୁଆରି ୫ ତାରିଖରେ ୧୦୪ ଜଣ ପ୍ରବାସୀଙ୍କୁ ନେଇ ପ୍ରଥମ ବିମାନ ଅମୃତସରରେ ପହଞ୍ଚିଥିଲା। ଅମୃତସରରେ ବିମାନ ଅବତରଣ ନିଷ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ପଞ୍ଜାବର ଅର୍ଥମନ୍ତ୍ରୀ ହରପାଲ ଚିମା ଅଭିଯୋଗ କରିଛନ୍ତି ଯେ ବିଜେପି ନେତୃତ୍ୱାଧୀନ […]

ଆସନ୍ତାକାଲି ପ୍ରତ୍ୟର୍ପିତ ଭାରତୀୟଙ୍କ ସହ ଦ୍ବିତୀୟ ଆମେରିକୀୟ ବିମାନ ଅମୃତସରରେ ପହଞ୍ଚିବ
Samaya Live Picture
Published On

ନୂଆଦିଲ୍ଲୀ: ଆମେରିକାରୁ ପ୍ରତ୍ୟର୍ପିତ ବେଆଇନ ଭାରତୀୟ ପ୍ରବାସୀଙ୍କୁ ନେଇ ଆସୁଥିବା ଦ୍ୱିତୀୟ ବିମାନ ଆସନ୍ତାକାଲି ଅମୃତସରରେ ଅବତରଣ କରିବ। ଏହା ପରେ ଦେଶାନ୍ତର ହୋଇଥିବା ଭାରତୀୟଙ୍କର ଆଉ ଏକ ବିମାନ ପହଞ୍ଚିବ ବୋଲି ସୂଚନା ମିଳିଛି। ଫେବ୍ରୁଆରି ୫ ତାରିଖରେ ୧୦୪ ଜଣ ପ୍ରବାସୀଙ୍କୁ ନେଇ ପ୍ରଥମ ବିମାନ ଅମୃତସରରେ ପହଞ୍ଚିଥିଲା।
ଅମୃତସରରେ ବିମାନ ଅବତରଣ ନିଷ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ପଞ୍ଜାବର ଅର୍ଥମନ୍ତ୍ରୀ ହରପାଲ ଚିମା ଅଭିଯୋଗ କରିଛନ୍ତି ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଜାଣିଶୁଣି ପଞ୍ଜାବକୁ ଟାର୍ଗେଟ କରୁଛନ୍ତି। ପ୍ରତ୍ୟର୍ପିତ ଭାରତୀୟଙ୍କୁ ନେଇ ଆସୁଥିବା ବିମାନକୁ ଅମୃତସରରେ ଅବତରଣ କରାଇ ସରକାର ପଞ୍ଜାବକୁ ବଦନାମ କରିବାକୁ ଚାହୁଛନ୍ତି। ହରିୟାଣା ବା ଗୁଜରାଟ କାହିଁକି ନୁହେଁ? ପଞ୍ଜାବର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ବିଜେପିର ଏହା ଏକ ପ୍ରୟାସ। ଅମୃତସର ବଦଳରେ ଏହି ବିମାନ ଅହମଦାବାଦରେ ଅବତରଣ କରିବା ଉଚିତ ବୋଲି ଚିମା କହିଛନ୍ତି। ବୈଦେଶିକ ସଚିବ ବିକ୍ରମ ମିସ୍ରି ପୂର୍ବରୁ ନିଶ୍ଚିତ କରିଥିଲେ ଯେ ଆମେରିକା ଭାରତକୁ ୪୮୭ ଜଣ ଭାରତୀୟ ନାଗରିକଙ୍କ ବିଷୟରେ ଅବଗତ କରାଇଛି, ଯେଉଁମାନଙ୍କୁ ଫେରାଇବାପାଇଁ ଆଦେଶ ଜାରି କରାଯାଇଛି।

Tags: