ଆସନ୍ତାକାଲି ଦେଶର ପ୍ରଥମ ୱାଟର ମେଟ୍ରୋକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ତିରୁଅନନ୍ତପୁରମ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର କୋଚି ୱାଟର ମେଟ୍ରୋ ପ୍ରକଳ୍ପର ଉଦ୍ଘାଟନ କରିବେ। ଦେଶରେ ଏହା ପ୍ରଥମ ୱାଟର ମେଟ୍ରୋ। ଉକ୍ତ ପ୍ରକଳ୍ପ ଦ୍ବାରା କୋଚି ଅଞ୍ଚଳର ପର୍ଯ୍ୟଟନ ସମେତ ଅର୍ଥନୀତିର ବିକାଶ ହେବ ବୋଲି ଆଶା ରଖାଯାଇଛି। ପାରମ୍ପରିକ ମେଟ୍ରୋ ଭଳି ଏଥିରେ ଯାତ୍ରା ସୁବିଧା ମିଳିବ। ଲୋକମାନେ ଯାତ୍ରାର ଭଲ ଅନୁଭୂତି ପାଇବେ। କୋଚି ସହରରେ ୧୧୩୬.୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଉକ୍ତ ୱାଟର ମେଟ୍ରୋ ପ୍ରକଳ୍ପ […]

Samaya Live Picture
Published On

ତିରୁଅନନ୍ତପୁରମ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର କୋଚି ୱାଟର ମେଟ୍ରୋ ପ୍ରକଳ୍ପର ଉଦ୍ଘାଟନ କରିବେ। ଦେଶରେ ଏହା ପ୍ରଥମ ୱାଟର ମେଟ୍ରୋ। ଉକ୍ତ ପ୍ରକଳ୍ପ ଦ୍ବାରା କୋଚି ଅଞ୍ଚଳର ପର୍ଯ୍ୟଟନ ସମେତ ଅର୍ଥନୀତିର ବିକାଶ ହେବ ବୋଲି ଆଶା ରଖାଯାଇଛି। ପାରମ୍ପରିକ ମେଟ୍ରୋ ଭଳି ଏଥିରେ ଯାତ୍ରା ସୁବିଧା ମିଳିବ। ଲୋକମାନେ ଯାତ୍ରାର ଭଲ ଅନୁଭୂତି ପାଇବେ। କୋଚି ସହରରେ ୧୧୩୬.୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଉକ୍ତ ୱାଟର ମେଟ୍ରୋ ପ୍ରକଳ୍ପ କୋଚି ଏବଂ ଏହାର ଆଖପାଖ ଅଞ୍ଚଳର ୧୦ଟି ଦ୍ବୀପକୁ ସଂଯୋଗ କରିବ। ଉକ୍ତ ପ୍ରକଳ୍ପ କୋଚିର ବିକାଶକୁ ତ୍ବରାନ୍ବିତ କରିବ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କହିଛନ୍ତି। କେରଳ ୱାଟର ମେଟ୍ରୋରେ ୭୮ଟି ଇଲେକ୍ଟ୍ରିକ ବୋଟ୍ ଏବଂ ୩୮ଟି ଟର୍ମିନାଲ ରହିଛି। କେରଳ ସରକାର ଏବଂ ଜର୍ମାନୀର କେଏଫ୍ଡବ୍ଲ୍ୟୁ ନାମକ ସଂସ୍ଥା ମିଳିତ ଭାବେ ଉକ୍ତ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇ ଦେଇଛନ୍ତି। ହାଇକୋର୍ଟ-ଭାଇପିନ ଟର୍ମିନାଲରୁ ଭାଇଟିଲା-କକ୍କାନାଡ଼ ଟର୍ମିନାଲ ମଧ୍ୟରେ ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଶୀତତାପ ନିୟନ୍ତ୍ରିତ ବୋଟ୍ରେ ମେଟ୍ରୋ ଯାତ୍ରା ଆରାମଦାୟକ ଏବଂ ସୁଲଭ ରହିବ। ଏଥିସହିତ ଟ୍ରାଫିକରେ ନଫସି ଲୋକମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Tags: