ଆସନ୍ତାକାଲି ଦିଲ୍ଲୀ ଭୋଟ୍, ୮ରେ ଫଳାଫଳ
ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ଗତକାଲି ସନ୍ଧ୍ୟା ୬ଟାରୁ ହାଇ ଭୋଲ୍ଟେଜ ପ୍ରଚାର କାର୍ଯ୍ୟକ୍ରମ ଶେଷ ହୋଇଛି। ଗତ ୨୫ ବର୍ଷ ଧରି ଦିଲ୍ଲୀରେ କ୍ଷମତାରୁ ବାହାରେ ଥିବା ବିଜେପି ଚଳିତ ନିର୍ବାଚନ ପାଇଁ ଦିଲ୍ଲୀରେ ୨୨ଟି ରୋଡ୍ସୋ ଏବଂ ରୢାଲି କରିଛି। ଅନ୍ୟପକ୍ଷେ ଲଗାତାର ୨ ଥର ଦିଲ୍ଲୀ ବିଧାନସଭା ନିର୍ବାଚନ ଜିତି ଆସିଥିବା ଆପ୍ ଚଳିତ ଥର ହାଟ୍ରିକ୍ ବିଜୟ ହାସଲ କରିବାର ଲକ୍ଷ୍ୟ ରଖିଛି। […]
ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ଗତକାଲି ସନ୍ଧ୍ୟା ୬ଟାରୁ ହାଇ ଭୋଲ୍ଟେଜ ପ୍ରଚାର କାର୍ଯ୍ୟକ୍ରମ ଶେଷ ହୋଇଛି। ଗତ ୨୫ ବର୍ଷ ଧରି ଦିଲ୍ଲୀରେ କ୍ଷମତାରୁ ବାହାରେ ଥିବା ବିଜେପି ଚଳିତ ନିର୍ବାଚନ ପାଇଁ ଦିଲ୍ଲୀରେ ୨୨ଟି ରୋଡ୍ସୋ ଏବଂ ରୢାଲି କରିଛି। ଅନ୍ୟପକ୍ଷେ ଲଗାତାର ୨ ଥର ଦିଲ୍ଲୀ ବିଧାନସଭା ନିର୍ବାଚନ ଜିତି ଆସିଥିବା ଆପ୍ ଚଳିତ ଥର ହାଟ୍ରିକ୍ ବିଜୟ ହାସଲ କରିବାର ଲକ୍ଷ୍ୟ ରଖିଛି। ସେହିପରି ଦିଲ୍ଲୀରେ ଲଗାତାର ୧୫ ବର୍ଷ ୧୯୯୮ରୁ ୨୦୧୩ ମଧ୍ୟରେ କ୍ଷମତାରେ ଥିବା କଂଗ୍ରେସ ମଧ୍ୟ ଚଳିତ ଥର କ୍ଷମତାକୁ ଫେରିବାପାଇଁ ସବୁ ଉଦ୍ୟମ ଲଗାଇ ଦେଇଛି। ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁଯାୟୀ ଦିଲ୍ଲୀରେ ମୋଟ୍ ୧.୫୬ କୋଟି ଭୋଟର ଭୋଟ୍ ଦେବାପାଇଁ ଯୋଗ୍ୟ ବିବେଚିତ। ୧୩,୭୬୬ ଭୋଟିଂ ବୁଥ୍ରେ ଭୋଟ୍ ଦେବାପାଇଁ ବ୍ୟବସ୍ଥା କରାଯାଇଛି। ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଭାବେ ୭୩୩ଟି ଭୋଟିଂ ବୁଥ୍ ବ୍ୟବସ୍ଥା କରାଯାଇଛି। ଚଳିତ ଥର ଦିଲ୍ଲୀ ନିର୍ବାଚନ ମଇଦାନରେ ମୋଟ୍ ୬୯୯ ପ୍ରାର୍ଥୀ ଅଛନ୍ତି। ୨୦୨୦ ନିର୍ବାଚନରେ ପ୍ରାର୍ଥୀଙ୍କ ସଂଖ୍ୟା ୬୭୨ ଥିଲା।
ଦିଲ୍ଲୀରେ ୭୦ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ ଏବଂ ୮ ତାରିଖରେ ଭୋଟ୍ ଗଣତି ହେବ।




