ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ୍, ୧୨ ରାଜ୍ୟର ୯୪ ଆସନରେ ଭୋଟ୍ ଗ୍ରହଣ ହେବ
ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ତୃତୀୟ ପର୍ଯ୍ୟାୟରେ ମୋଟ୍ ୧୨ଟି ରାଜ୍ୟର ୯୪ଟି ଲୋକସଭା ଆସନରେ ୧୩୫୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ନିର୍ବାଚନ କମିସନ୍ ଅନୁଯାୟୀ ତୃତୀୟ ପର୍ଯ୍ୟାୟରେ ୯୫ ଆସନରେ ଭୋଟ୍ ଗ୍ରହଣ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ତେବେ ଗୁଜରାଟର ସୁରତ ଆସନରୁ ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିବା ପରେ ବାକି ୯୪ ଆସନରେ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ଆସନ୍ତାକାଲି […]
ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ତୃତୀୟ ପର୍ଯ୍ୟାୟରେ ମୋଟ୍ ୧୨ଟି ରାଜ୍ୟର ୯୪ଟି ଲୋକସଭା ଆସନରେ ୧୩୫୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ନିର୍ବାଚନ କମିସନ୍ ଅନୁଯାୟୀ ତୃତୀୟ ପର୍ଯ୍ୟାୟରେ ୯୫ ଆସନରେ ଭୋଟ୍ ଗ୍ରହଣ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ତେବେ ଗୁଜରାଟର ସୁରତ ଆସନରୁ ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିବା ପରେ ବାକି ୯୪ ଆସନରେ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ଆସନ୍ତାକାଲି ଗୋଟିଏ ଦିନରେ ଗୁଜରାଟ, ଗୋଆ, ଦାଦ୍ରା ଓ ନଗର ହାବେଳୀ, ଦାମନ ଓ ଡିଉର ସମସ୍ତ ଲୋକସଭା ଆସନରେ ମତଦାନ ଶେଷ ହେବ। ଏଥିସହ ଆସାମର ୪ଟି , ବିହାରର ୫ଟି, ଛତିଶଗଡ଼ର ୭, ମଧ୍ୟପ୍ରଦେଶର ୮, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦ ଓ ପଶ୍ଚିମବଙ୍ଗର ୪ଟି ଆସନରେ ଭୋଟଦାତାମାନେ ନିଜର ମତଦାନ ସାବ୍ୟସ୍ତ କରିବେ। ଉକ୍ତ ଆସନଗୁଡ଼ିକ ମଧ୍ୟରେ ଗୁଜରାଟର ଗାନ୍ଧୀନଗରରେ ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସର ସୋନାଲ୍ ରମଣଭାଇ ପଟେଲ୍ଙ୍କ ସହ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ମହାରାଷ୍ଟ୍ରର ବାରାମତୀ ଆସନରେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଓ ତାଙ୍କ ଭାଉଜ ତଥା ଅଜିତ ପାୱାରଙ୍କ ପତ୍ନୀ ସୁନୀତ୍ରା ପାୱାର ନିର୍ବାଚନ ମୈଦାନରେ ଠିଆ ହୋଇଛନ୍ତି। ସେହିଭଳି, ବିଦିଶାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କଂଗ୍ରେସ ପ୍ରାର୍ଥୀ ଭାନୁ ପ୍ରତାପ ଶର୍ମାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ୁଛନ୍ତି। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁନା ଆସନରେ କଂଗ୍ରେସର ରାଓ ଯାଦବେନ୍ଦ୍ର ସିଂହଙ୍କ ବିପକ୍ଷରେ ଲଢ଼ୁଛନ୍ତି। କର୍ଣ୍ଣାଟକ ହାବେରିରେ ବସଭରାଜ ବୋମାଇ ଓ କଂଗ୍ରେସର ଆନନ୍ଦସ୍ବାମୀ ଗଦ୍ଦାଦେବରମଥଙ୍କ ମଧ୍ୟରେ ଲଢ଼େଇ ହେଉଛି। ସେହିଭଳି ଉତ୍ତରପ୍ରଦେଶ ମୈନପୁରୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ବିଜେପିର ରାଜ୍ୟମନ୍ତ୍ରୀ ଠାକୁର ଜୟବୀର ସିଂହଙ୍କ ବିପକ୍ଷରେ ଲଢ଼ୁଛନ୍ତି।




