ଆସନ୍ତାକାଲି ଛତିଶଗଡ଼, ମିଜୋରାମ ବିଧାନସଭା ନିର୍ବାଚନ
ନୂଆଦିଲ୍ଲୀ : ଆସନ୍ତାକାଲି ୨ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି। ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଥିବାବେଳେ ମିଜୋରାମରେ ଆସନ୍ତାକାଲି ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଶେଷ ହେବ। ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ ଭୋଟ୍ ଗ୍ରହଣ ହେବ। ବାକି ୭୦ ଆସନରେ ନଭେମ୍ବର ୧୭ ତାରିଖରେ ଭୋଟ୍ ଗ୍ରହଣ ହେବ। ୧୨ ବିଧାନସଭା ନିର୍ବାଚନମଣ୍ଡଳୀ ଥିବା ବସ୍ତର ଡିଭିଜନ୍ରେ କଡ଼ା ସୁରକ୍ଷା ବବସ୍ଥା କରାଯାଇଛି। ବସ୍ତରରେ ପ୍ରାୟ ୬୦ ହଜାର ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। […]
ନୂଆଦିଲ୍ଲୀ : ଆସନ୍ତାକାଲି ୨ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି। ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଥିବାବେଳେ ମିଜୋରାମରେ ଆସନ୍ତାକାଲି ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଶେଷ ହେବ। ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ ଭୋଟ୍ ଗ୍ରହଣ ହେବ। ବାକି ୭୦ ଆସନରେ ନଭେମ୍ବର ୧୭ ତାରିଖରେ ଭୋଟ୍ ଗ୍ରହଣ ହେବ। ୧୨ ବିଧାନସଭା ନିର୍ବାଚନମଣ୍ଡଳୀ ଥିବା ବସ୍ତର ଡିଭିଜନ୍ରେ କଡ଼ା ସୁରକ୍ଷା ବବସ୍ଥା କରାଯାଇଛି। ବସ୍ତରରେ ପ୍ରାୟ ୬୦ ହଜାର ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ସିଏପିଏଫ୍ରୁ ୪୦ ହଜାର ସୁରକ୍ଷାକର୍ମୀ ମୁତୟନ ହୋଇଥିବାବେଳେ ରାଜ୍ୟ ପୁଲିସରୁ ପ୍ରାୟ ୨୦ ହଜାର ସଦସ୍ୟ ମୁତନୟ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ପାଇଁ ୫,୩୦୪ ଭୋଟିଂ ବୁଥ୍ ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୫ ମହିଳାଙ୍କ ସମେତ ୨୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୪୦,୭୮,୬୮୧ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ଅନ୍ୟପକ୍ଷେ ମଣିପୁରରେ ଆସନ୍ତାକାଲି ସମସ୍ତ ୪୦ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ।




