ଆସନ୍ତାକାଲି ଛତିଶଗଡ଼, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତାକାଲି ଛତିଶଗଡ଼ରେ ଦ୍ବିତୀୟ ଏବଂ ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ମଧ୍ୟପ୍ରଦେଶରେ ମଧ୍ୟ ଆସନ୍ତାକାଲି ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନରେ ଭୋଟ୍ ଗ୍ରହଣ ହେବ। ମଧ୍ୟପ୍ରଦେଶରେ ମୋଟ୍ ୨୩୦ ବିଧାନସଭା ଆସନରେ ୨୫୩୩ ପ୍ରାର୍ଥୀ ଅଛନ୍ତି। ଏଠାରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଛି। ରାଜ୍ୟରେ ମୋଟ୍ ୫,୬୦,୬୦,୯୨୫ ଭୋଟ୍ଦାତା ଅଛନ୍ତି। ସେମାନଙ୍କ ମଧ୍ୟରୁ ୨,୮୮,୨୫,୬୦୭ ଜଣ ପୁରୁଷ ଭୋଟ୍ଦାତା ହୋଇଥିବାବେଳେ ୨,୭୨,୩୩,୯୪୫ ଜଣ ହେଉଛନ୍ତି ମହିଳା। ସକାଳ ୭ଟାରୁ ସନ୍ଧ୍ୟା ୬ଟା […]

Samaya Live Picture
Published On

ନୂଆଦିଲ୍ଲୀ: ଆସନ୍ତାକାଲି ଛତିଶଗଡ଼ରେ ଦ୍ବିତୀୟ ଏବଂ ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ମଧ୍ୟପ୍ରଦେଶରେ ମଧ୍ୟ ଆସନ୍ତାକାଲି ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନରେ ଭୋଟ୍ ଗ୍ରହଣ ହେବ। ମଧ୍ୟପ୍ରଦେଶରେ ମୋଟ୍ ୨୩୦ ବିଧାନସଭା ଆସନରେ ୨୫୩୩ ପ୍ରାର୍ଥୀ ଅଛନ୍ତି। ଏଠାରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଛି। ରାଜ୍ୟରେ ମୋଟ୍ ୫,୬୦,୬୦,୯୨୫ ଭୋଟ୍ଦାତା ଅଛନ୍ତି। ସେମାନଙ୍କ ମଧ୍ୟରୁ ୨,୮୮,୨୫,୬୦୭ ଜଣ ପୁରୁଷ ଭୋଟ୍ଦାତା ହୋଇଥିବାବେଳେ ୨,୭୨,୩୩,୯୪୫ ଜଣ ହେଉଛନ୍ତି ମହିଳା। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୨୦୪୯ ଭୋଟିଂ ବୁଥ୍ରେ ଭୋଟ୍ ଗ୍ରହଣ ହେବ। ଗତକାଲି ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଶେଷ ହୋଇଛି। ଉଭୟ ବିଜେପି ଏବଂ କଂଗ୍ରେସ ନିର୍ବାଚନ ଜିତିବାପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି। ବିଜେପି ରାଜ୍ୟରେ ପୁଣିଥରେ କ୍ଷମତାକୁ ଫେରିବାର ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ ମଧ୍ୟ ନିର୍ବାଚନ ଜିତିବାପାଇଁ ସବୁ ଉଦ୍ୟମ ଜାରି ରଖିଛି।

Tags: