ଆସନ୍ତାକାଲି ଗୁଜରାଟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ‌ହୋଇଥିବା ବାତ୍ୟା ବିପର୍ଯ୍ୟୟ ଆସନ୍ତାକାଲି ସନ୍ଧ୍ୟାରେ ଗୁଜରାଟର ସୌରାଷ୍ଟ୍ର ଏବଂ କଚ୍ଛ ଓ ପାକିସ୍ତାନର ଉପକୂଳ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ। ବାତ୍ୟା ଏବେ ଦକ୍ଷିଣପଶ୍ଚିମ ପୋରବନ୍ଦରଠାରୁ ୩୫୦ କିମି ଦୂରରେ ଅଛି। ବାତ୍ୟା ପାଇଁ ଗୁଜରାଟରେ ତଳିଆ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ଖାଲି କରାଯାଉଛି। ଉପକୂଳ ଅଞ୍ଚଳରୁ ୩୭,୮୦୦ ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି। କଚ୍ଛ ଜିଲ୍ଲାର ଜଖାଉ ପୋର୍ଟ ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି […]

Samaya Live Picture
Published On

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ‌ହୋଇଥିବା ବାତ୍ୟା ବିପର୍ଯ୍ୟୟ ଆସନ୍ତାକାଲି ସନ୍ଧ୍ୟାରେ ଗୁଜରାଟର ସୌରାଷ୍ଟ୍ର ଏବଂ କଚ୍ଛ ଓ ପାକିସ୍ତାନର ଉପକୂଳ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ। ବାତ୍ୟା ଏବେ ଦକ୍ଷିଣପଶ୍ଚିମ ପୋରବନ୍ଦରଠାରୁ ୩୫୦ କିମି ଦୂରରେ ଅଛି। ବାତ୍ୟା ପାଇଁ ଗୁଜରାଟରେ ତଳିଆ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ଖାଲି କରାଯାଉଛି। ଉପକୂଳ ଅଞ୍ଚଳରୁ ୩୭,୮୦୦ ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି। କଚ୍ଛ ଜିଲ୍ଲାର ଜଖାଉ ପୋର୍ଟ ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସୌରାଷ୍ଟ୍ର ଏବଂ କଚ୍ଛରେ ରେଡ ଆଲର୍ଟ ଜାରି କରାଯାଇଛି। ଜରୁରୀ ସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫ୍‌, ଏସଡିଆରଏଫ୍‌ ଏବଂ ସେନା ମୁତୟନ ହୋଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଦିନ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ କିମି ରହିବ। ସୌରାଷ୍ଟ୍ର , କଚ୍ଛରେ ପ୍ରବଳ ବ‌‌ର୍ଷା ହେବ ବୋଲି ଆଇଏମ୍‌ଡି ସତର୍କ କରିଛି। ବାତ୍ୟା ଯୋଗୁଁ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ତଥା ଦେବଭୂମି ଦ୍ବାରକା, ରାଜ‌କୋଟ, ଜାମନଗର, ଜୁନାଗଡ଼ , ପୋରବନ୍ଦର, ଗିର ସୋମନାଥ , ମୋର୍ବି ଏବଂ ଭଲସାଦରେ ୧୭ ଏନଡିଆରଏଫ୍‌ ଏବଂ ୧୨ ଏସଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି। ୬୯ଟି ଟ୍ରେନ୍‌ ବାତିଲ କରାଯାଇଛି। ଗୁଜରାଟରେ ସମସ୍ତ ସ୍କୁଲ୍‌ ବନ୍ଦ ରହିଛି। ବାତ୍ୟା ବିପର୍ଯ୍ୟୟ ‌ଯୋଗୁଁ ୮ ରାଜ୍ୟ ଗୁଜରାଟ, କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୋଆ, ଡାମନଡିୟୁ, ଲାକ୍ଷାଦ୍ବୀପ, ଦାଦର ଏବଂ ନାଗର ହାଭେଳିରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Tags: