ଆସନ୍ତାକାଲି କର୍ଣ୍ଣାଟକ ବିଧାନସଭା ନିର୍ବାଚନ
ନୂଆଦିଲ୍ଲୀ :କର୍ଣ୍ଣାଟକରେ ହାଇ ଭୋଲ୍ଟେଜ ପ୍ରଚାର ଶେଷ ହେବାପରେ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ରାଜ୍ୟରେ ମୋଟ୍ ୫,୩୧,୩୩,୦୫୪ ଭୋଟର ଅଛନ୍ତି। ମୋଟ୍ ୫୮,୫୪୫ ଭୋଟିଂ ବୁଥ୍ ବ୍ୟବସ୍ଥା କରାଯାଇଛି। ନିର୍ବାଚନ ମଇଦାନରେ ୨,୬୧୫ ପ୍ରାର୍ଥୀ ଅଛନ୍ତି। ୨୪୩୦ ପ୍ରାର୍ଥୀ ପୁରୁଷ ହୋଇଥିବାବେଳେ ୧୮୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ୧୧,୭୧,୫୫୮ ଯୁବ ଭୋଟର ଅଛନ୍ତି। ୧୨,୭୧,୯୨୦ ଭୋଟରଙ୍କ ବୟସ ୮୦ ଉପରେ। […]
ନୂଆଦିଲ୍ଲୀ :କର୍ଣ୍ଣାଟକରେ ହାଇ ଭୋଲ୍ଟେଜ ପ୍ରଚାର ଶେଷ ହେବାପରେ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ରାଜ୍ୟରେ ମୋଟ୍ ୫,୩୧,୩୩,୦୫୪ ଭୋଟର ଅଛନ୍ତି। ମୋଟ୍ ୫୮,୫୪୫ ଭୋଟିଂ ବୁଥ୍ ବ୍ୟବସ୍ଥା କରାଯାଇଛି। ନିର୍ବାଚନ ମଇଦାନରେ ୨,୬୧୫ ପ୍ରାର୍ଥୀ ଅଛନ୍ତି। ୨୪୩୦ ପ୍ରାର୍ଥୀ ପୁରୁଷ ହୋଇଥିବାବେଳେ ୧୮୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ୧୧,୭୧,୫୫୮ ଯୁବ ଭୋଟର ଅଛନ୍ତି। ୧୨,୭୧,୯୨୦ ଭୋଟରଙ୍କ ବୟସ ୮୦ ଉପରେ। ବିଜେପି କର୍ଣ୍ଣାଟକରେ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିବାକୁ ଚାହିଛି। ଲଗାତାର ୩୮ ବର୍ଷ ଧରି କୌଣସି ଗୋଟିଏ ଦଳ ଲଗାତାର ଦ୍ବିତୀୟ ଥର ପାଇଁ କ୍ଷମତାରେ ରହିନାହାନ୍ତି। ବିଜେପି ଏହି ଇତିହାସ ବଦଳାଇବାକୁ ଚେଷ୍ଟା କରିଛି। ଅନ୍ୟପକ୍ଷେ କଂଗ୍ରେସ ବି କ୍ଷମତାକୁ ଫେରିବାପାଇଁ ଜୋରଦାର ଉଦ୍ୟମ କରିଛି। ଜେଡିଏସ୍ ଚଳିତ ନିର୍ବାଚନରେ କିଙ୍ଗମେକର ହେବାର ଲକ୍ଷ୍ୟ ରଖିଛି।




