ଆସନ୍ତାକାଲି କର୍ଣ୍ଣାଟକ ନିର୍ବାଚନ ଫଳ
ବେଙ୍ଗାଲୁରୁ : ଆସନ୍ତାକାଲି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳ ଘୋଷଣା ହେବ। ମେ’ ୧୦ ତାରିଖରେ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହୋଇଥିଲା। ଭୋଟ୍ ଶେଷ ହେବାପରେ ବୁଥ୍ ବାହୁଡ଼ା ମତ ଆସିଥିଲା। ଅଧିକାଂଶ ବୁଥ୍ ବାହୁଡ଼ା ମତ କର୍ଣ୍ଣାଟକରେ ଝୁଲା ସରକାର ପାଇଁ ସଙ୍କେତ ଦେଇଛି। ତେବେ କଂଗ୍ରେସ ସବୁଠାରୁ ବଡ଼ ଦଳ ହେବ ବୋଲି କୁହାଯାଉଛି। ଆସନ୍ତାକାଲି ସକାଳ ୮ଟାରେ ଭୋଟ୍ ଗଣତି ଆରମ୍ଭ ହେବ। ଅପରାହ୍ନ ସୁଦ୍ଧା […]
ବେଙ୍ଗାଲୁରୁ : ଆସନ୍ତାକାଲି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳ ଘୋଷଣା ହେବ। ମେ’ ୧୦ ତାରିଖରେ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହୋଇଥିଲା। ଭୋଟ୍ ଶେଷ ହେବାପରେ ବୁଥ୍ ବାହୁଡ଼ା ମତ ଆସିଥିଲା। ଅଧିକାଂଶ ବୁଥ୍ ବାହୁଡ଼ା ମତ କର୍ଣ୍ଣାଟକରେ ଝୁଲା ସରକାର ପାଇଁ ସଙ୍କେତ ଦେଇଛି। ତେବେ କଂଗ୍ରେସ ସବୁଠାରୁ ବଡ଼ ଦଳ ହେବ ବୋଲି କୁହାଯାଉଛି। ଆସନ୍ତାକାଲି ସକାଳ ୮ଟାରେ ଭୋଟ୍ ଗଣତି ଆରମ୍ଭ ହେବ। ଅପରାହ୍ନ ସୁଦ୍ଧା ଅଧିକାଂଶ ନିର୍ବାଚନମଣ୍ଡଳୀରେ ଫଳ ଆସି ସାରିଥିବ। ନିର୍ବାଚନ କମିସନ ୱେବସାଇଟ୍ରେ ଇସିଆଇ.ଜିଓଭି.ଇନ୍ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ୍ ଗଣତିର ଲାଇଭ୍ ଅପଡେଟ୍ ଆସିବ। ଆସନ୍ତାକାଲି ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟଫଳ ନିର୍ଦ୍ଧାରଣ ହେବ। କର୍ଣ୍ଣାଟକ ନିର୍ବାଚନ ଫଳ ବିଜେପି ପାଇଁ ସମ୍ମାନର କଥା। ବିଜେପିର ଅନେକ ଟାଣୁଆ ନେତା ଟିକେଟ ନପାଇ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହା ବିଜେପି ପାଇଁ ମହଙ୍ଗା ପଡ଼ିପାରେ ବୋଲି କୁହାଯାଉଛି।




