ଆସନ୍ତାକାଲି ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସିପି ରାଧାକ୍ରିଷ୍ଣନ

ନୂଆଦିଲ୍ଲୀ: ନବ ନିର୍ବାଚିତ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇବେ। ସକାଳ ୧୦ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅଛି । ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ରାଧାକୃଷ୍ଣନ ପରବର୍ତ୍ତୀ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଉଲ୍ଲେଖଯୋଗ୍ୟ ଯେ ଗତ ମଙ୍ଗଳବାର ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ​​୬୮ ବର୍ଷୀୟ ରାଧାକୃଷ୍ଣନ ମିଳିତ ବିରୋଧୀ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଭୋଟ ବ୍ୟବଧାନରେ […]

ଆସନ୍ତାକାଲି ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସିପି ରାଧାକ୍ରିଷ୍ଣନ
Samaya Live Picture
Published On

ନୂଆଦିଲ୍ଲୀ: ନବ ନିର୍ବାଚିତ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇବେ। ସକାଳ ୧୦ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅଛି । ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ରାଧାକୃଷ୍ଣନ ପରବର୍ତ୍ତୀ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଉଲ୍ଲେଖଯୋଗ୍ୟ ଯେ ଗତ ମଙ୍ଗଳବାର ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ​​୬୮ ବର୍ଷୀୟ ରାଧାକୃଷ୍ଣନ ମିଳିତ ବିରୋଧୀ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ଜୁଲାଇ ୨୧ ତାରିଖରେ ତତ୍କାଳୀନ ଦାୟିତ୍ୱରେ ଥିବା ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫା ଯୋଗୁଁ ଏହି ନିର୍ବାଚନ ଆବଶ୍ୟକ ପଡ଼ିଥିଲା। ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ, ରାଧାକ୍ରିଷ୍ଣନ ଗୁରୁବାର ଦିନ ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ରାଷ୍ଟ୍ରପତି ମୁର୍ମୁ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ତାଙ୍କ ନିଜ ଦାୟିତ୍ୱ ସହିତ ମହାରାଷ୍ଟ୍ରର ରାଜ୍ୟପାଳଙ୍କ କାର୍ଯ୍ୟ ନିର୍ବାହ ପାଇଁ ନିଯୁକ୍ତ କରିଛନ୍ତି।

Tags: