ଆସନ୍ତାକାଲିଠାରୁ ଭାରତ ଗସ୍ତରେ ଆସିବେ ଜେଡି ଭାନ୍ସ ଓ ପରିବାର
ନୂଆଦିଲ୍ଲୀ : ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆସନ୍ତା କାଲିଠାରୁ ଭାରତ ଗସ୍ତରେ ଆସୁଛନ୍ତି। ଏପ୍ରିଲ ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଭାନ୍ସ ଭାରତରେ ରହିବେ। ପତ୍ନୀ ଉଷା ଭାନ୍ସ ମଧ୍ୟ ଜେଡି ଭାନ୍ସଙ୍କ ସହ ଭାରତ ଗସ୍ତରେ ଆସୁଛନ୍ତି। ପ୍ରଥମ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଭାବେ ଉଷା ଭାନ୍ସ ଆମେରିକାର ଦ୍ବିତୀୟ ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଭାନ୍ସ ଦମ୍ପତି ମଧ୍ୟ ସେମାନଙ୍କର ୩ ପିଲାଙ୍କୁ ସାଙ୍ଗରେ ଆଣିବେ ବୋଲି ଜଣାପଡ଼ିଛି। ଏହି ଗସ୍ତ […]
ନୂଆଦିଲ୍ଲୀ : ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆସନ୍ତା କାଲିଠାରୁ ଭାରତ ଗସ୍ତରେ ଆସୁଛନ୍ତି। ଏପ୍ରିଲ ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଭାନ୍ସ ଭାରତରେ ରହିବେ। ପତ୍ନୀ ଉଷା ଭାନ୍ସ ମଧ୍ୟ ଜେଡି ଭାନ୍ସଙ୍କ ସହ ଭାରତ ଗସ୍ତରେ ଆସୁଛନ୍ତି। ପ୍ରଥମ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଭାବେ ଉଷା ଭାନ୍ସ ଆମେରିକାର ଦ୍ବିତୀୟ ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଭାନ୍ସ ଦମ୍ପତି ମଧ୍ୟ ସେମାନଙ୍କର ୩ ପିଲାଙ୍କୁ ସାଙ୍ଗରେ ଆଣିବେ ବୋଲି ଜଣାପଡ଼ିଛି। ଏହି ଗସ୍ତ ଅବସରେ ଉପରାଷ୍ଟ୍ରପତି ଦିଲ୍ଲୀ, ଜୟପୁର ଓ ଆଗ୍ରା ଗସ୍ତ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ।




