ଆଶା କିରଣ ଆଶ୍ରୟସ୍ଥଳରେ ମାନସିକ ରୋଗୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ମାନସିକ ବିକାରଗ୍ରସ୍ତଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ଦ୍ବାରା ପରିଚାଳିତ ଏକ ଆଶ୍ରୟସ୍ଥଳରେ ଚଳିତ ବର୍ଷ ଆରମ୍ଭରୁ ଏଯାବତ ୨୮ ଜଣଙ୍କର ମୃତ୍ୟୁ ହେଲାଣି। ଜୁଲାଇ ମାସରେ କେବଳ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟ‌ରେ ଜଣେ ନାବାଳକ ଥିବା ଜଣାପଡ଼ିଛି। ଏହି ଘଟଣା ଏବେ ଦିଲ୍ଲୀର ଏକ ଚର୍ଚ୍ଚିତ ଖବର ପାଲଟିଛି। ରାଜ୍ୟ ସରକାର ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବିଜେପି ଏହି ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରିବ ବୋଲି କହିଛି। […]

Samaya Live Picture
Published On

ନୂଆଦିଲ୍ଲୀ: ମାନସିକ ବିକାରଗ୍ରସ୍ତଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ଦ୍ବାରା ପରିଚାଳିତ ଏକ ଆଶ୍ରୟସ୍ଥଳରେ ଚଳିତ ବର୍ଷ ଆରମ୍ଭରୁ ଏଯାବତ ୨୮ ଜଣଙ୍କର ମୃତ୍ୟୁ ହେଲାଣି। ଜୁଲାଇ ମାସରେ କେବଳ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟ‌ରେ ଜଣେ ନାବାଳକ ଥିବା ଜଣାପଡ଼ିଛି। ଏହି ଘଟଣା ଏବେ ଦିଲ୍ଲୀର ଏକ ଚର୍ଚ୍ଚିତ ଖବର ପାଲଟିଛି। ରାଜ୍ୟ ସରକାର ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବିଜେପି ଏହି ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରିବ ବୋଲି କହିଛି। ଦିଲ୍ଳୀର ରୋହିଣୀରେ ଦିଲ୍ଲୀ ସରକାରଙ୍କ ଦ୍ବାରା ପରିଚାଳିତ ଏହି ମାନସିକ ବିକାରଗ୍ରସ୍ତ ଆଶ୍ରୟସ୍ଥଳର ନାଁ ହେଉଛି ଆଶା କିରଣ। ଚଳିତବର୍ଷ ଜାନୁଆରିରେ ଏହି ଆଶ୍ରୟସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଫେବ୍ରୁଆରି‌ରେ ୨, ମାର୍ଚ୍ଚରେ ୩, ଏପ୍ରିଲରେ ୨, ମେ’ରେ ୧, ଜୁନ୍‌ରେ ୩ ଏବଂ ଜୁଲାଇରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଆଶ୍ରୟସ୍ଥଳରେ ମୋଟ୍‌ ୨୮ ଜଣଙ୍କର ମୃତ୍ୟୁ ହେଲାଣି। ଅନ୍ୟପକ୍ଷେ ଆଶ୍ରୟ ସ୍ଥଳରେ ଗତବର୍ଷ ଏହି ସମାନ ସମୟ ମଧ୍ୟରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା।

Tags: