ଆଶାରାମ ବାପୁଙ୍କ ଜାମିନକୁ ନେଇ ପୀଡ଼ିତାଙ୍କ ଆପତ୍ତି; କହିଲେ ଜୀବନ ପ୍ରତି ବିପଦ ବଢ଼ିଯାଇଛି
ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଆଶାରାମ ବାପୁ ସମ୍ପ୍ରତି ସ୍ବାସ୍ଥ୍ୟଗତ କାରଣରୁ ଅନ୍ତରୀଣ ଜାମିନ ପାଇଛନ୍ତି। ଆଜି ଏହି ଜାମିନକୁ ପୀଡ଼ିତାଙ୍କ ପରିବାର ପକ୍ଷରୁ ଆପତ୍ତି ଦର୍ଶାଯାଇଛି। ଆଶାରାମ ବାପୁଙ୍କୁ ଜାମିନ ମିଳିବା ଦ୍ବାରା ସେମାନଙ୍କ ଜୀବନ ପ୍ରତି ବିପଦ ବଢ଼ିଯାଇଛି ବୋଲି ପୀଡ଼ିତାଙ୍କ ପରିବାର ଦାବି କରିଛନ୍ତି। ଶୁକ୍ରବାର, ଗୁଜରାଟ ହାଇକୋର୍ଟ ଆଶାରାମଙ୍କ ଜାମିନ ଅବଧିକୁ ୩ ମାସ ବୃଦ୍ଧି କରିଛନ୍ତି। ଏହା ଉପରେ ଉତ୍ତରପ୍ରଦେଶ ଶାହଜାହାନପୁରର ବାସିନ୍ଦା ପୀଡ଼ିତାଙ୍କ ପିତା ନିଜର ପ୍ରତିକ୍ରିୟାରେ […]
ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଆଶାରାମ ବାପୁ ସମ୍ପ୍ରତି ସ୍ବାସ୍ଥ୍ୟଗତ କାରଣରୁ ଅନ୍ତରୀଣ ଜାମିନ ପାଇଛନ୍ତି। ଆଜି ଏହି ଜାମିନକୁ ପୀଡ଼ିତାଙ୍କ ପରିବାର ପକ୍ଷରୁ ଆପତ୍ତି ଦର୍ଶାଯାଇଛି। ଆଶାରାମ ବାପୁଙ୍କୁ ଜାମିନ ମିଳିବା ଦ୍ବାରା ସେମାନଙ୍କ ଜୀବନ ପ୍ରତି ବିପଦ ବଢ଼ିଯାଇଛି ବୋଲି ପୀଡ଼ିତାଙ୍କ ପରିବାର ଦାବି କରିଛନ୍ତି।
ଶୁକ୍ରବାର, ଗୁଜରାଟ ହାଇକୋର୍ଟ ଆଶାରାମଙ୍କ ଜାମିନ ଅବଧିକୁ ୩ ମାସ ବୃଦ୍ଧି କରିଛନ୍ତି। ଏହା ଉପରେ ଉତ୍ତରପ୍ରଦେଶ ଶାହଜାହାନପୁରର ବାସିନ୍ଦା ପୀଡ଼ିତାଙ୍କ ପିତା ନିଜର ପ୍ରତିକ୍ରିୟାରେ କହିଛନ୍ତି, ଯେତେବେଳେ ଆଶାରାମ ଜେଲ୍ରେ ଥିଲେ ସ୍ଥିତି ନିୟନ୍ତ୍ରଣରେ ଥିଲା। ବର୍ତ୍ତମାନ ସେ ସମସ୍ତଙ୍କୁ ପ୍ରଭାବିତ କରୁଛନ୍ତି। ଆଶାରାମଙ୍କୁ କ୍ରମାଗତ ଭାବେ କୋର୍ଟ ଜାମିନ ଦେଉଥିବାରୁ ସେ ଆଶ୍ଚର୍ଯ୍ୟ ହୋଇଛନ୍ତି। ପ୍ରଥମେ ୭ଦିନ, ପରେ ୧୨ ଦିନ, ପୁଣି ଅଢ଼େଇ ମାସ ବର୍ତ୍ତମାନ ୩ ମାସ ଜାମିନ ମିଳିଛି। ଜାମିନ ପରେ ଆସାରାମ ଯୋଧପୁର, ଇନ୍ଦୋର, ଉଜ୍ଜୟନ, ସୁରତ ଆଦି ଯାଉଛନ୍ତି ଓ ନିଜର ସମର୍ଥକଙ୍କୁ ଭେଟୁଛନ୍ତି। ଏଭଳି ସ୍ଥିତିରେ ତାଙ୍କ ପରିବାର ପ୍ରତି ବିପଦ ବଢ଼ିଯାଇଛି। ସେ (ଆଶାରାମ) କୌଣସି ସମୟରେ ତାଙ୍କ ପରିବାରର କିଛି ମଧ୍ୟ କ୍ଷତି କରିପାରିବା ଆଶଙ୍କା ରହିଛି। ବର୍ତ୍ତମାନ କେବଳ ଭଗବାନ ଭରସା ବୋଲି ପୀଡ଼ିତାଙ୍କ ପିତା କହିଛନ୍ତି।




