ଆଲିଗଡ଼ ହୋଟେଲରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
ଲକ୍ଷ୍ନୌ : ଉତ୍ତରପ୍ରଦେଶ ଆଲିଗଡ଼ ହୋଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ପୁଲିସ ଉକ୍ତ ଘଟଣାରେ ହୋଟେଲ ମାଲିକ ଏବଂ ତାଙ୍କ ସମ୍ପର୍କୀୟଙ୍କ ସହ ୨ ଜଣଙ୍କୁ ଗିରଫ କରିଛି। ହୋଟେଲ ମଧ୍ୟ ସିଲ୍ କରାଯାଇଛି। ଏସପି ଶେଖର ପାଠକ ଶୁକ୍ରବାର କହିଛନ୍ତି, ୧୫ ବର୍ଷୀୟା ନାବାଳିକା ତାଙ୍କ ଘରୁ ନିଖୋଜ ହୋଇଯାଇଥିଲେ। ତେବେ ପରେ ତାଙ୍କୁ ଅଚେତ ଅବସ୍ଥାରେ ନିକଟସ୍ଥ ହୋଟେଲ୍ର ଏକ ରୁମ୍ରୁ ମିଳିଛି। ନାବାଳିକାରଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି […]
ଲକ୍ଷ୍ନୌ : ଉତ୍ତରପ୍ରଦେଶ ଆଲିଗଡ଼ ହୋଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ପୁଲିସ ଉକ୍ତ ଘଟଣାରେ ହୋଟେଲ ମାଲିକ ଏବଂ ତାଙ୍କ ସମ୍ପର୍କୀୟଙ୍କ ସହ ୨ ଜଣଙ୍କୁ ଗିରଫ କରିଛି। ହୋଟେଲ ମଧ୍ୟ ସିଲ୍ କରାଯାଇଛି। ଏସପି ଶେଖର ପାଠକ ଶୁକ୍ରବାର କହିଛନ୍ତି, ୧୫ ବର୍ଷୀୟା ନାବାଳିକା ତାଙ୍କ ଘରୁ ନିଖୋଜ ହୋଇଯାଇଥିଲେ। ତେବେ ପରେ ତାଙ୍କୁ ଅଚେତ ଅବସ୍ଥାରେ ନିକଟସ୍ଥ ହୋଟେଲ୍ର ଏକ ରୁମ୍ରୁ ମିଳିଛି। ନାବାଳିକାରଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଜଣେ ବ୍ୟକ୍ତି ତାଙ୍କୁ କୌଣସି ଲୋଭ ଦେଖାଇ ହୋଟେଲକୁ ନେଇ ଯାଇଥିଲେ ଏବଂ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ହୋଟେଲ ମାଲିକ ବେଦ ପ୍ରକାଶ ଶର୍ମାଙ୍କ ବିରୋଧରେ ଏତଲା ରୁଜୁ କରିଛି।




