ଆଲିଆ ଭଟ୍ଟଙ୍କ ପୂର୍ବତନ ସହଯୋଗୀ ଆମେରିକା ନାଗରିକଙ୍କୁ ଗୁପ୍ତ ତଥ୍ୟ ଦେଇଥିଲେ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପୂର୍ବତନ ବ୍ୟକ୍ତିଗତ ସହଯୋଗୀ ବେଦିକା ସେଟ୍ଟି ଭଟ୍ଟଙ୍କ ପ୍ରଡକ୍ସନ ହାଉସ୍‌ ଇଟରନାଲ୍‌ ସନ୍‌ସାଇନ ପ୍ରଡକ୍ସନ୍‌ସ ସଂକ୍ରାନ୍ତରେ ଜଣେ ଅଜଣା ଆମେରିକୀୟ ନାଗରିକଙ୍କୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେଟ୍ଟି ମଧ୍ୟ ଅଭିନେତ୍ରୀଙ୍କ ବ୍ୟା‌ଙ୍କ ଆକାଉଣ୍ଟରୁ ୭୭ ଲକ୍ଷ ଟଙ୍କା ଚଳୁ କରିନେଇଛନ୍ତି। ଜୁହୁ ପୁଲିସ ଅନୁଯାୟୀ ୨୦୨୧ରୁ ୨୦୨୪ ମଧ୍ୟରେ ଭଟ୍ଟଙ୍କ ସହ କାମ କରୁଥିବା ସେଟ୍ଟି ଆମେରିକାର ଶିବାସୀ ତେଜ ନାମକ ଜଣେ ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ରହିଥିଲେ। ଏହାପରେ […]

ଆଲିଆ ଭଟ୍ଟଙ୍କ ପୂର୍ବତନ ସହଯୋଗୀ ଆମେରିକା ନାଗରିକଙ୍କୁ ଗୁପ୍ତ ତଥ୍ୟ ଦେଇଥିଲେ
Samaya Live Picture
Published On

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପୂର୍ବତନ ବ୍ୟକ୍ତିଗତ ସହଯୋଗୀ ବେଦିକା ସେଟ୍ଟି ଭଟ୍ଟଙ୍କ ପ୍ରଡକ୍ସନ ହାଉସ୍‌ ଇଟରନାଲ୍‌ ସନ୍‌ସାଇନ ପ୍ରଡକ୍ସନ୍‌ସ ସଂକ୍ରାନ୍ତରେ ଜଣେ ଅଜଣା ଆମେରିକୀୟ ନାଗରିକଙ୍କୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେଟ୍ଟି ମଧ୍ୟ ଅଭିନେତ୍ରୀଙ୍କ ବ୍ୟା‌ଙ୍କ ଆକାଉଣ୍ଟରୁ ୭୭ ଲକ୍ଷ ଟଙ୍କା ଚଳୁ କରିନେଇଛନ୍ତି। ଜୁହୁ ପୁଲିସ ଅନୁଯାୟୀ ୨୦୨୧ରୁ ୨୦୨୪ ମଧ୍ୟରେ ଭଟ୍ଟଙ୍କ ସହ କାମ କରୁଥିବା ସେଟ୍ଟି ଆମେରିକାର ଶିବାସୀ ତେଜ ନାମକ ଜଣେ ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ରହିଥିଲେ। ଏହାପରେ ସେ ଉକ୍ତ ବ୍ୟକ୍ତିଙ୍କ ସହ ଆଲିଆ ଭଟ୍ଟଙ୍କ ପ୍ରଡକ୍ସନ ହାଉସ୍‌ ସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରୁଥିଲେ। ତେବେ ଶିବାସୀ ତେଜି କିଭଳି ସେଟ୍ଟିଙ୍କ ସହ ଯୋଗାଯୋଗ କଲେ ତାହା ଜଣାପଡ଼ିନି। ପୁଲିସ ମଙ୍ଗଳବାର ବେଙ୍ଗାଲୁରୁରୁ ସେଟ୍ଟିଙ୍କୁ ଗିରଫ କରିଛି।

Tags: