ଆଲିଆଙ୍କ ଡିପଫେକ୍ ଭିଡିଓ ଭାଇରାଲ୍
ମୁମ୍ବାଇ: ରଶ୍ମିକା ମନ୍ଦାନା, କାଟ୍ରିନା କୈଫ, କାଜଲଙ୍କ ପରେ ଏବେ ପୁଣି ଆଲିଆ ଭଟ୍ଟ ଡିପ୍ଫେକ୍ର ଶିକାର ହୋଇଛନ୍ତି। ବଲିଉଡ ଅଭିନେତ୍ରୀ ଆଲିଆଙ୍କ ଡିପଫେକ୍ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ବ ହେବାରେ ଲାଗିଛି। ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ବ୍ୟବହାର ବୃଦ୍ଧି ପାଇଁ ଚିନ୍ତା ବଢ଼ିଯାଇଛି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଜଣେ ମହିଳା ନୀଳ ଫୁଲପକା ପୋଷାକ ପିନ୍ଧିଛନ୍ତି। କିନ୍ତୁ ସେହି ମହିଳାଙ୍କ ମୁହଁ ସ୍ଥାନରେ ଆଲିଆଙ୍କ ମୁହଁକୁ ଲଗାଇ ଦିଆଯାଇଛି। ଆଲିଆଙ୍କ ପୂର୍ବରୁ […]
ମୁମ୍ବାଇ: ରଶ୍ମିକା ମନ୍ଦାନା, କାଟ୍ରିନା କୈଫ, କାଜଲଙ୍କ ପରେ ଏବେ ପୁଣି ଆଲିଆ ଭଟ୍ଟ ଡିପ୍ଫେକ୍ର ଶିକାର ହୋଇଛନ୍ତି। ବଲିଉଡ ଅଭିନେତ୍ରୀ ଆଲିଆଙ୍କ ଡିପଫେକ୍ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ବ ହେବାରେ ଲାଗିଛି। ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ବ୍ୟବହାର ବୃଦ୍ଧି ପାଇଁ ଚିନ୍ତା ବଢ଼ିଯାଇଛି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଜଣେ ମହିଳା ନୀଳ ଫୁଲପକା ପୋଷାକ ପିନ୍ଧିଛନ୍ତି। କିନ୍ତୁ ସେହି ମହିଳାଙ୍କ ମୁହଁ ସ୍ଥାନରେ ଆଲିଆଙ୍କ ମୁହଁକୁ ଲଗାଇ ଦିଆଯାଇଛି। ଆଲିଆଙ୍କ ପୂର୍ବରୁ କାଜଲଙ୍କ ଡିପଫେକ୍ ଭିଡିଓ ଦେଖିବାକୁ ମିଳିଥିଲା। ସେହି ଭିଡିଓ କ୍ଲିପଟି ଇନଫ୍ଲୁଏନସର ରୋଜି ବ୍ରିନଙ୍କର ଥିଲା। କିନ୍ତୁ ସେଥିରେ କାଜଲଙ୍କ ମୁହଁକୁ ଲଗାଯାଇଥିଲା। ଫଳରେ କ୍ୟାମେରା ସାମ୍ନାରେ କାଜଲ ପୋଷାକ ବଦଳାଉଥିବା ଭ୍ରମରେ ଲୋକମାନେ ପଡ଼ିଥିଲେ। ରଶ୍ମିକା ମନ୍ଦାନାଙ୍କ ଡିପଫେକ୍ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଅଭିନେତା ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଅନେକ ବ୍ୟକ୍ତି ମଧ୍ୟ ଚିନ୍ତା ପ୍ରକଟ କରିଥିଲେ।




