ଆର୍ଥିକ ସଙ୍କଟ ପାଇଁ ଗୁଜରାଟର ଗୋଟିଏ ପରିବାରରେ ୭ ଜଣଙ୍କ ଆତ୍ମହତ୍ୟା

ଅହମଦାବାଦ: ଗୁଜରାଟର ସୁରଟରେ ଏକ ଗଣ ଆତ୍ମହତ୍ୟା ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଗୋଟିଏ ପରିବାରର ୭ ଜଣ ସଦସ୍ୟ ଏକସାଙ୍ଗରେ ଆତ୍ମହତ୍ୟା କରିଦେଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଟ୍ ନୋଟ୍ ଜବତ କରିଛି। ଆର୍ଥିକ ସଙ୍କଟ କାରଣ ପାଇଁ ସେମାନେ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଏହି ସୁଇସାଇଡ୍ ନୋଟ୍ରୁ ଜଣାପଡ଼ିଛି। ପୁଲିସ ଅନୁଯାୟୀ ୬ ଜଣଙ୍କର ବିଷ ପିଇ ମୃତ୍ୟୁ ହୋଇଥିବାବେଳେ […]

Samaya Live Picture
Published On

ଅହମଦାବାଦ: ଗୁଜରାଟର ସୁରଟରେ ଏକ ଗଣ ଆତ୍ମହତ୍ୟା ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଗୋଟିଏ ପରିବାରର ୭ ଜଣ ସଦସ୍ୟ ଏକସାଙ୍ଗରେ ଆତ୍ମହତ୍ୟା କରିଦେଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଟ୍ ନୋଟ୍ ଜବତ କରିଛି। ଆର୍ଥିକ ସଙ୍କଟ କାରଣ ପାଇଁ ସେମାନେ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଏହି ସୁଇସାଇଡ୍ ନୋଟ୍ରୁ ଜଣାପଡ଼ିଛି। ପୁଲିସ ଅନୁଯାୟୀ ୬ ଜଣଙ୍କର ବିଷ ପିଇ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଫାଶି ଦେଇ ଦେଇଛନ୍ତି। ସୁରଟ ପଲନପୁରର ସିଦ୍ଧେଶ୍ବର ଆପାର୍ଟମେଣ୍ଟ୍ରେ ଏହି ପରିବାର ସଦସ୍ୟ ରହୁଥିଲେ। ମୃତକମାନଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ମନୀଷ ସୋଲାଙ୍କି ଏବଂ ତାଙ୍କ ପତ୍ନୀ ରୀତା। ବାପା କାନୁ ଏବଂ ମା’ ଶୋଭା ଏବଂ ସେମାନଙ୍କର ୩ ପିଲା ଦିଶା, କାବ୍ୟା ଏବଂ କୁଶଲ। ପିଲାମାନଙ୍କ ମଧ୍ୟରେ ଜଣେ ୬ ବର୍ଷର ପୁଅ ଥିବାବେଳେ ୧୦ ଏବଂ ୧୩ ବର୍ଷର ୨ ଜଣ ଝିଅ ଅଛନ୍ତି। ଗତକାଲି ରାତିରେ ଏହି ଘଟଣା ଘଟିଛି।

Tags: