ଆର୍ଜି କର ହସ୍ପିଟାଲ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ
ନୂଆଦିଲ୍ଲୀ: କୋଲକାତାର ଆର୍ଜି କର ହସ୍ପିଟାଲ୍ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଏହାର ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି। ପଶ୍ଚିମବଙ୍ଗର ସିଅଲଦା କୋର୍ଟରେ ଉପସ୍ଥାପନ ହୋଇଥିବା ଏହି ଚାର୍ଜସିଟ୍ରେ ସଂଜୟ ରାୟକୁ ଏକମାତ୍ର ଅଭିଯୁକ୍ତ ଦର୍ଶାଯାଇଛି। ପୀଡ଼ିତା ଡାକ୍ତର ଗଣଦୁଷ୍କର୍ମର ଶିକାର ହୋଇନାହାନ୍ତି ବୋଲି ସିବିଆଇ ଏହାର ଚାର୍ଜସିଟ୍ରେ ସ୍ପଷ୍ଟ କରିଛି। ମାମଲାରେ ଏକମାତ୍ର ଅଭିଯୁକ୍ତ ହେଉଛି ସଂଜୟ ରାୟ। ଏହି ମାମଲାରେ ଅନ୍ୟ କାହାର ସମ୍ପୃକ୍ତି ନାହିଁ। ତଦନ୍ତ ପ୍ରକ୍ରିୟାରେ ସିବିଆଇ ପାଖାପାଖି ୧୦୦ […]
ନୂଆଦିଲ୍ଲୀ: କୋଲକାତାର ଆର୍ଜି କର ହସ୍ପିଟାଲ୍ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଏହାର ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି। ପଶ୍ଚିମବଙ୍ଗର ସିଅଲଦା କୋର୍ଟରେ ଉପସ୍ଥାପନ ହୋଇଥିବା ଏହି ଚାର୍ଜସିଟ୍ରେ ସଂଜୟ ରାୟକୁ ଏକମାତ୍ର ଅଭିଯୁକ୍ତ ଦର୍ଶାଯାଇଛି। ପୀଡ଼ିତା ଡାକ୍ତର ଗଣଦୁଷ୍କର୍ମର ଶିକାର ହୋଇନାହାନ୍ତି ବୋଲି ସିବିଆଇ ଏହାର ଚାର୍ଜସିଟ୍ରେ ସ୍ପଷ୍ଟ କରିଛି। ମାମଲାରେ ଏକମାତ୍ର ଅଭିଯୁକ୍ତ ହେଉଛି ସଂଜୟ ରାୟ। ଏହି ମାମଲାରେ ଅନ୍ୟ କାହାର ସମ୍ପୃକ୍ତି ନାହିଁ। ତଦନ୍ତ ପ୍ରକ୍ରିୟାରେ ସିବିଆଇ ପାଖାପାଖି ୧୦୦ ସାକ୍ଷୀଙ୍କୁ ଜେରା କରିଛି ଏବଂ ୧୨ ପଲିଗ୍ରାଫ୍ ଟେଷ୍ଟ୍ କରିଛି। ମାମଲାରେ ଗତ ଅଗଷ୍ଟ ୧୦ ତାରିଖରେ କୋଲକାତା ପୁଲିସ ଦ୍ବାରା ଗିରଫ ହୋଇଥିବା ସଂଜୟ ରୟ କହିଛି ଯେ ତାକୁ ଏହି ମାମଲାରେ ଫସାଇ ଦିଆଯାଇଛି। କିନ୍ତୁ ସିବିଆଇ ତାକୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି। ୩୩ ବର୍ଷୀୟ ସନ୍ଦିଗ୍ଧକୁ ପ୍ରଥମେ ହସ୍ପିଟାଲ୍ର ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଥିଲା ଏବଂ ପୀଡ଼ିତାଙ୍କ ମର ଶରୀର ନିକଟରେ ତା’ ବ୍ଲୁଟୁଥ୍ ଇଅରଫୋନ୍ ପଡ଼ିଥିବାରୁ ତାକୁ ସହଜରେ ଧରି ହୋଇଥିଲା। ରକ୍ତ ଏବଂ ପୀଡ଼ିତାଙ୍କ ହାତ ଅଙ୍ଗୁଳି ନଖ ତଳେ ଥିବା ଚର୍ମ ସମେତ ଫରେନ୍ସିକ୍ ପ୍ରମାଣ ସଂଜୟ ରୟର ଡିଏନ୍ଏ ସହ ମ୍ୟାଚ୍ କରୁଛି। ସେ ହିଁ ଏହି ଅପରାଧରେ ସମ୍ପୃକ୍ତ ବୋଲି ସ୍ପଷ୍ଟ ହୋଇସାରିଛି।




