ଆର୍‌ଜି କର ବିକ୍ଷୋଭକାରୀଙ୍କୁ ନିର୍ଯାତନା ଘଟଣାର ଏସ୍‌ଆଇଟି ତଦନ୍ତ କରିବ

ନୂଆଦିଲ୍ଲୀ: କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟାକୁ ବିରୋଧ କରି ସେପ୍ଟେମ୍ବର ମାସରେ ଗିରଫ ହୋଇଥିବା ଦୁଇ ଜଣ ମହିଳାଙ୍କୁ ନିର୍ଯାତନା ଦେବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମ୍‌କୋର୍ଟ। କୋର୍ଟ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଦ୍ୱାରା ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ବାରା ଏହି ମାମଲାର ତଦନ୍ତ ପାଇଁ କଲିକତା ହାଇକୋର୍ଟ […]

Samaya Live Picture
Published On

ନୂଆଦିଲ୍ଲୀ: କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟାକୁ ବିରୋଧ କରି ସେପ୍ଟେମ୍ବର ମାସରେ ଗିରଫ ହୋଇଥିବା ଦୁଇ ଜଣ ମହିଳାଙ୍କୁ ନିର୍ଯାତନା ଦେବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମ୍‌କୋର୍ଟ। କୋର୍ଟ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଦ୍ୱାରା ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ବାରା ଏହି ମାମଲାର ତଦନ୍ତ ପାଇଁ କଲିକତା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଖାରଜ କରି ସର୍ବୋଚ୍ଚ ଅଦାଲତ ଏହି ରାୟ ଦେଇଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ସବୁ କିଛି ସିବିଆଇକୁ ହସ୍ତାନ୍ତର କରାଯାଇପାରିବ ନାହିଁ। ରାଜ୍ୟର ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ତଦନ୍ତ ଦାୟିତ୍ୱ ଦିଆଯିବା ଦରକାର। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଏସ୍‌ଆଇଟି ତଦନ୍ତର ଅଗ୍ରଗତି ସମ୍ପର୍କରେ ସାପ୍ତାହିକ ଭିତ୍ତିରେ କଲିକତା ହାଇକୋର୍ଟରେ ରିପୋର୍ଟ ଦାଖଲ କରିବ। ହାଇକୋର୍ଟଙ୍କ ପୂର୍ବ ମନ୍ତବ୍ୟରେ ପ୍ରଭାବିତ ନ ହୋଇ ଏସ୍‌ଆଇଟି ତଦନ୍ତ କରିବା ଉଚିତ। ପୀଡ଼ିତା ତୁରନ୍ତ ଏସ୍‌ଆଇଟି ସହ ଯୋଗାଯୋଗ କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ଏହି ମାମଲାରେ ଦୁଇ ଜଣ ମହିଳା ରେବେକା ଖାତୁନ ମୋଲ୍ଲା ଓ ରମା ଦାସଙ୍କୁ ଗିରଫ କରାଯାଇଥିଲା, ଯେଉଁମାନେ ଚଳିତ ବର୍ଷ ପ୍ରାରମ୍ଭରେ ଆର୍‌ଜି କର ହସ୍ପିଟାଲ ବାହାରେ ବିକ୍ଷୋଭ କରି ଗିରଫ ହୋଇଥିଲେ ଏବଂ ସେମାନଙ୍କୁ ଗୋଟିଏ ଦିନ ପରେ ଛାଡ଼ି ଦିଆଯାଇଥିଲା। ମୁକୁଳିବାର କିଛି ସମୟ ପରେ ମହିଳାମାନେ ପୁଲିସ ହେପାଜତରେ ଥିବା ବେଳେ ସେମାନଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରି ହାଇକୋର୍ଟରେ ଆବେଦନ କରିଥିଲେ।

Tags: